ବିବେକ ଅଗ୍ରୱାଲ ହେଲେ ଏଫ୍‌ଏଟିଏଫ୍‌ ଉପାଧ୍ୟକ୍ଷ

add-all

ନୂଆଦିଲ୍ଲୀ : କେନ୍ଦ୍ର ସଂସ୍କୃତି ସଚିବ ବିବେକ ଅଗ୍ରୱାଲଙ୍କୁ ଶୁକ୍ରବାର ଆନ୍ତର୍ଜାତିକ ସଙ୍ଗଠନ ‘ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ’ (ଏଫଏଟିଏଫ୍‌)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବେଆଇନ ଅର୍ଥ କାରବାର ଓ ଆତଙ୍କବାଦୀ ପାଣ୍ଠି ଯୋଗାଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ଭାରତ ପ୍ରଥମ ଥର ପାଇଁ ଉପାଧ୍ୟକ୍ଷ ପଦ ହାସଲ କରିଛି। ଭାରତ ୨୦୧୦ ମସିହାରୁ ଏହି ସଂସ୍ଥାର ସଦସ୍ୟ ରହିଆସିଛି। ବିବେକ ଅଗ୍ରୱାଲ ବ୍ରିଟେନର ଜାଇଲ୍ସ ଥମସନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। ଥମସନ୍‌ ୧ ଜୁଲାଇ, ୨୦୨୫ ଠାରୁ ଏହି ପଦରେ ଅଛନ୍ତି ଓ ଏହାପରେ ସେ ଅଧ୍ୟକ୍ଷ ପଦକୁ ଯିବେ। ୧୯୯୪ ବ୍ୟାଚ୍‌ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍‌ ଅଧିକାରୀ ଅଗ୍ରୱାଲ ପୂର୍ବରୁ ଏଫ୍‌ଏଟିଏଫ୍‌ରେ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ। ସେ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌ (ଏଫଟିୟୁ)ର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ad-week
Leave A Reply

Your email address will not be published.