ଆସିକା ରେ ସଞ୍ଜନଇଁଲେ ଚୋରା ବାଲି ଚାଲାଣ ଚାଲିଛି ..! : ପ୍ରଶାସନ ଜଳକା ନା ଆଉକିଛି…?

୧୪୪ ଧାରା ଧର୍ମକୁ ଆଖିଠାର….

add-all

ବିନା ୱାଇଫର୍ମ ବିନା ଫିଟନେସ ରେ ବାଲି ଚାଲାଣ ହେଉଥିଲେ ବି ପ୍ରଶାସନ ବଟି ଖାଇ ଚୁପ….!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ସହରର ଉଭୟ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ନଦୀ ପ୍ରବାହିତ ହେଉଛି। ଜିଲ୍ଲାରେ ସର୍ବାଧିକ ବେଆଇନ ଭାବେ ଆସିକା ଅଞ୍ଚଳରୁ ବାଲି ଚାଲାଣ ହେଉଛି। ୱାଇଫର୍ମ ଅସଲି କିମ୍ବା ନକଲି ପୋଲିସ ପକ୍ଷରୁ ଜାଣିବା ସହଜ ହେଉ ନଥିବା ଯୋଗୁଁ ବାଲି ମାଫିଆ ମାନେ ଅଧିକ ସକ୍ରିୟ ହୋଇ ଦୁଇ ନଦୀରୁ ଚୋରାରେ ବାଲି ଉତ୍ତୋଳନ କରୁଛନ୍ତି। କିଛି ମାସ ପୂର୍ବେ ଚୋରା ବାଲି ଚାଲାଣ ବେଳେ ହାଇୱା ଗୁଡ଼ିକ ଜବତ ପରେ ସେହି ହାଇୱା ଗୁଡିକର କାଗକ ପତ୍ର ଓ ୱାଇଫର୍ମ ଠିକଠାକ ଥିବା ଦର୍ଶାଇ ଖଣି ବିଭାଗ କର୍ମଚାରୀ ଛାଡ଼ିଦେବା ପରେ ନିଲମ୍ବିତ ହୋଇଥିଲେ। ଧରପଗଡ଼ ହେବା ପରେ ମୁଠା ମୁଠା ଟଙ୍କା ଦେଇ ରାଜନୈତିକ ଚାପ ପ୍ରୟୋଗ କରି ମାଫିଆ ମାନେ ଖସି ଯାଉଥିବା ଆଲୋଚନା ହେଉଛି। ବାଲି ମାଫିଆ ମାନେ ଇନ୍ଦ୍ର ଚନ୍ଦ୍ର ମାନୁନାହାନ୍ତି। ଉଭୟ ନଦୀର ନଦୀ ବନ୍ଧକୁ କାଟି ରାସ୍ତା ନିର୍ମାଣ କରିବା ସହ ନଦୀ ଗର୍ଭରେ ମଧ୍ୟ ପଥର ବନ୍ଧେଇ ରାସ୍ତା ନିର୍ମାଣ କରୁଥିବାର ନଜିର ରହିଛି। ଆସିକାରେ ଥିବା ବେଆଇନ ବାଲି ଘାଟ ଉପରେ ୧୪୪ ଧାରା ବଳବତ୍ତର ରହିଥିଲେ ବି କେତେକ ସ୍ଥାନରୁ ରୀତିମତ ବାଲି ଚାଲାଣ ହେଉଛି। ଚୋରା ବାଲି ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ କରି ଗାଡି ଜବତ ହେଉଛି। ଖଣି ଓ ରାଜସ୍ୱ ବିଭାଗ ଗ୍ରୀନ ସିଗନଲ ଦେବା ପରେ ପୋଲିସ ଛାଡିବାକୁ ବାଧ୍ୟ ହେଉଛି। ବର୍ଷା ଋତୁ ଆରମ୍ଭ ହୋଇଛି।ବାଲି ନେଇ ଦୁର୍ବଳ ନଦୀ ବନ୍ଧ ଯୋଗୁଁ ନଦୀରେ ବର୍ଷା ବନ୍ୟା ଜଳ ଆସିଲେ ବନ୍ୟା ଭଳି ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ସବୁ ଜାଣି ଜିଲ୍ଲା ପ୍ରଶାସନ ଚୁପ ବସିଛି l ବର୍ତ୍ତମାନ ଆସିକା ମାଫିଆ ମାନଙ୍କ ଭୂସ୍ବର୍ଗ କହିଲେ କିଛିବି ଭୁଲ ହେବ ନାହିଁ l ଖଣି ବିଭାଗ, ରାଜସ୍ୱ ବିଭାଗ ଏବଂ ପୋଲିସ ଭାଗ ମାପ ରେ ମାସିକିଆ ବଟି ନେଇ ଏହି ଚୋରା ବାଲି ମାଫିଆ ମାନଙ୍କୁ ସାହାଯ୍ୟ କରୁଛନ୍ତି ବୋଲି ଖଟିରେ ଚର୍ଚ୍ଚା ଜୋର ଧରିଛି l ଏହି ବାଲି ଚାଲାଣ କୁ ଯିଏ ଵି ବିରୋଧ କରିବ ମୁଣ୍ଡ ଗଡ଼ିବା ନିଶ୍ଚିତ l ତେଣୁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି l

ad-week
Leave A Reply

Your email address will not be published.