ଆସିକା ଦେଶୀ ମଦର ବନ୍ୟା ରେ ନୟାଗଡ଼ ଓ ଭୁବନେଶ୍ୱର ଅଞ୍ଚଳ ପ୍ରଭାବିତ …..!

add-all

ଅବକାରୀ ବିଭାଗ ଓ ପୋଲିସ ର ଆଶୀର୍ବାଦ ରୁ ଆସିକା ଅଞ୍ଚଳ ରୁ ବାହାର ଜିଲ୍ଲା କୁ ଚୋରା ମଦ ଚାଲାଣ……!


ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆସିକା ଦେଶୀ ମଦର ଚାହିଦା ରହିଛି। ଆସିକା ଅଞ୍ଚଳରୁ ଅପମିଶ୍ରିତ ଦେଶୀ ମଦ ନୟାଗଡ ଓ ଭୁବନେଶ୍ୱର ଅଞ୍ଚଳ କୁ ଅବାଧ ରେ ଚାଲାଣ ହେଉଛି। ଏହାର ନଗ୍ନ ନମୁନା ଗତ ଡିସେମ୍ବର ମାସ ୧୫ ତାରିଖ ଦିନ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସ୍ଥିତ ପିତା ପଲ୍ଲୀ ଛକରେ। ଆସିକା ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଏକ ଦାମୀ ଗାଡ଼ିରେ ଯାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ୪ ଜଣ ଙ୍କୁ ଗିରଫ କରିବା ସହ ଦେଶୀ ମଦ ପାଉଚ ଜବତ ହୋଇଥିଲା। ଆସିକା ଅଞ୍ଚଳ ରେ ମହୁଲି ଦେଶୀ ମଦ ପ୍ରସ୍ତୁତି କେବଳ କାଗଜ କଲମରେ ସୀମିତ ରହିଛି। ସ୍ୱଳ୍ପ ସମୟରେ ପୋଚ ପ୍ରସ୍ତୁତ ପାଇଁ ପୋଚ ରେ ରାଜା ପିଢ଼ିଆ ଓ ରାସାୟନିକ ପଦାର୍ଥ ଇଷ୍ଟ ବ୍ୟବହାର ହେଉଥିବା ଚର୍ଚ୍ଚା ହେଉଛି।ମହୁଲ ସ୍ଥାନରେ ଏହି ସବୁ ବିଷାକ୍ତ ପଦାର୍ଥ ବ୍ୟବହାର ହେଉଥିବା ଯୋଗୁଁ ଅପମିଶ୍ରଣ ସ୍ୱଳ୍ପ ସମୟରେ ମଦ ପ୍ରସ୍ତୁତ ହେଉଛି। ଗଞ୍ଜାମ ଜିଲ୍ଲାର ଅପମିଶ୍ରିତ ଦେଶୀ ମଦ ବ୍ୟବହାର ଯୋଗୁଁ ନୟାଗଡ ଓ ଭୁବନେଶ୍ୱର ଅଞ୍ଚଳ ରେ ମଦ ମୃତ୍ୟୁ ହେବାର ସମ୍ଭାବନା ରହିଛି। ଆସିକା ଅଞ୍ଚଳ ରୁ ଦେଶୀ ଓ ବିଦେଶୀ ନକଲି ଓ ଅପମିଶ୍ରିତ ମଦ ରୀତିମତ ଦାମୀ ଗାଡ଼ିରେ ଚାଲାଣ ହେଉଛି ବୋଲି ସୂଚନା ରହିଛି । ବେଳ ଥାଉ ଥାଉ ପ୍ରଶାସନ ଗୁରୁତ୍ୱ ନ ଦେଲେ ବିଷାକ୍ତ ମଦ ମୃତ୍ୟୁ ହେବ ବୋଲି ସଚେତନ ମହାଲରେ ସାଧାରଣ ରେ ଆଲୋଚନା ହେଉଛି। ଏହି ନକଲି ଓ ବିଷାକ୍ତ ମଦ ପୋଲିସ ଓ ଅବକାରୀ ବିଭାଗ ର ଆଶ୍ରିବାଦ ରେ ମଦ ମାଫିଆ ମାନେ ଚୋରା ଚାଲାଣ କରୁଛନ୍ତି l ତେଣୁ ରାଜ୍ୟ ସରକାର ଏଥିପ୍ରତି ଯତ୍ନ ବାନ ହେବାକୁ ସାଧାରଣ ରେ ଦାବୀ ହେଉଛି l କାରଣ ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ବଟି ଖାଇ ଖାଇ କୋମାକୁ ଚାଲି ଯାଇଛି ବୋଲି ଖଟିରେ ଚର୍ଚ୍ଚା l

ad-week
Leave A Reply

Your email address will not be published.