ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା : ବାଇକ ଚାଳକଙ୍କ ମୃତ୍ୟୁ

add-all

ବାଲିଗୁଡା, ତା, ୨୫/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ପାଙ୍ଗାଲି ଗ୍ରାମରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପୋଷ୍ଟାଲ କାର୍ଯ୍ୟାଳୟରେ ବ୍ଯବହାର ହେଉଥିବା ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ପରିଚୟ ଖୋଜୁଥିବା ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ଦୁର୍ଘଟଣା ଘଟାଇଥିବା ଭ୍ୟାନଟି ପୋଷ୍ଟାଲର ଡେ଼ଲିଭେରୀ ଭ୍ୟାନ ବୋଲି ପୋଲିସ ସୂଚନା ଦେଇଛନ୍ତି। ପ୍ରକାଶ ଯେ ଫୁଲବାଣୀରୁ ଡାକ ନେଇ ଭ୍ୟାନ ନଂ (ଓଡି୧୨ଏଫ୍-୩୪୧୬ )ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଭିମୁଖେ ଯାଉଥିବା ବେଳେ ଜଣେ ବାଇକ ଆରୋହୀ ବାଇକ ନଂ (ଓଆର ୦୭ ଏଜେ-୬୮୩୭)ରେ ବ୍ରାହ୍ମଣୀଗାଁ ପଟରୁ ଦାରିଙ୍ଗବାଡି ଯାଉଥିଲେ । ଦାରିଙ୍ଗବାଡି ପହଞ୍ଚିବାକୁ ମାତ୍ର ଆଉ ୫ କିମି ରହିଥିବା ବେଳେ ପାଙ୍ଗାଲି ନିକଟରେ ବାଇକଟି ଭ୍ୟାନ ସହ ମୁହାଁମୁହିଁ ଧକ୍କା ହେବା ସହ କିଛି ଦୂର ବାଇକ ସହ ଚାଳକଙ୍କୁ ଘୋଷାଡ଼ି ନେଇଥିଲା । ଏହା କୌଣସି ସୂତ୍ରରୁ ପୋଲିସ କୁ ଖବର ଦେବାପରେ ଖବର ପାଇ ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ବାଇକ ଚାଳକଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ, ହେଲେ ସେଠାରେ ଡାକ୍ତର ବାଇକ ଚାଳକଙ୍କୁ ମୃତ ଘୋଷଣା କରିଥିଲେ । ବାଇକ ଓ ଭ୍ୟାନକୁ ପୋଲିସ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ad-week
Leave A Reply

Your email address will not be published.