
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଆଗାମୀ ରଥଯାତ୍ରା ପାଳନ ନିମନ୍ତେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳା ର ସହିତ ରଥଯାତ୍ରା ପାଳନ ହେବ ସେ ସମ୍ପର୍କ ରେ ଆଲୋଚନା ହୋଇଥିଲା l ଏଥିରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ, ତହସିଲଦାର ଦିପ୍ତି ପ୍ରକାଶ ବେହେରା, ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କ ସମେତ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଗୁଣ୍ଡିଚା ରଥଯାତ୍ରା, ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳା ବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହେବା ସହ ରଥଯାତ୍ରା ସମୟ ରେ ସହର ରେ ଟ୍ରାଫିକ ବ୍ୟବସ୍ଥା, ସ୍ୱଛତା ଓ ପରିମଳ, ପାନୀୟ ଜଳ , ଫାଷ୍ଟ ଏଡ଼ ବ୍ୟବସ୍ଥା, ବାଇପାସ ରାସ୍ତା ବ୍ୟବସ୍ଥା, ସମେତ ତିନିରଥ ରେ ସୁରକ୍ଷା ପାଇଁ ବୈଠକ ରେ ଆଲୋଚନା ହୋଇଛି | ଏହି ବୈଠକରେ ସହର ର ବୁଦ୍ଧିଜୀବୀ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ |
