ଶେଷ ହେଲା କୋରାପୁଟରେ 99% ଗଣନା ଫର୍ମ ଡିଜିଟାଇଜେସନ୍

add-all

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳଙ୍କ ବୈଠକ ଅନୁଷ୍ଠିତ

କୋରାପୁଟ. : ଏସ ଆଇ ଆର କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାରେ 24 ଜୁନ୍ 2026 ସୁଦ୍ଧା 99% ଗଣନା ଫର୍ମ (EF) ର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ମୋଟ 966424 ଜଣ ଭୋଟର ଅଛନ୍ତି ଏବଂ ଅବଶିଷ୍ଟ 1% କାର୍ଯ୍ୟ ଗୋଟିଏ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ।
ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ସୂଚନା ଦିଆଯାଇଛି ଯେ ମୋଟ ଫର୍ମ ମଧ୍ୟରୁ 6•24% ଫର୍ମ ଅସଂଗୃହୀତ ରହିଛି*। ଏଥିରେ ଅନୁପସ୍ଥିତ, ସ୍ଥାୟୀ ଭାବେ ସ୍ଥାନାନ୍ତର, ମୃତ ଏବଂ ନକଲି ଭୋଟରଙ୍କ ନାମ ସାମିଲ ରହିଛି। ଏହି ଅସଂଗୃହୀତ ଫର୍ମଗୁଡିକର ସତ୍ୟାସତ୍ୟ ଯାଞ୍ଚ ପାଇଁ *26 ଜୁନ୍ ପୂର୍ବରୁ ସମସ୍ତ ବୁଥରେ BLO-BLA ବୈଠକ* ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳଙ୍କୁ BLO-BLA ବୈଠକରେ ସକ୍ରିୟ ଅଂଶଗ୍ରହଣ କରି ନିର୍ବାଚନ ତାଲିକାକୁ ତ୍ରୁଟିଶୂନ୍ୟ କରିବାରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହା ସହ 5 ଜୁଲାଇ ଠାରୁ 4 ଅଗଷ୍ଟ ପର୍ଯ୍ୟନ୍ତ ନୂତନ ଭୋଟରମାନେ ଫର୍ମ 6 ପୂରଣ କରି ନିଜକୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିପାରିବେI ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ଏବଂ ଡେପୁଟି କଲେକ୍ଟର ମଙ୍ଗଳ ବାସ୍କେ*, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.