ରାଇଘରରେ “ମା କେ ନାମ ଏକ ପେଡ଼” କାର୍ଯ୍ୟକ୍ରମ, ବୃକ୍ଷରୋପଣ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

add-all

ଉମରକୋଟ/ରାଇଘର :
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ “ମାଁ କେ ନାମ ଏକ ପେଡ଼” କାର୍ଯ୍ୟକ୍ରମ ଜନସଚେତନତା ଏବଂ ପରିବେଶ ସୁରକ୍ଷାର ଏକ ଅଭିନବ ପଦକ୍ଷେପ ଭାବେ ଆରମ୍ଭ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ମାଆଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସହ ପରିବେଶ ସୁରକ୍ଷା ଏବଂ ସବୁଜ ପରିବେଶ ଗଠନ ନିମନ୍ତେ ଅଧିକରୁ ଅଧିକ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା।
ଏହି ପରିପ୍ରେକ୍ଷୀରେ ବିଗତ କାଲି ୨୪/୦୬/୨୦୨୬ ରିଖ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ “ମାଁ କେ ନାମ ଏକ ପେଡ଼” କାର୍ଯ୍ୟକ୍ରମ ଉତ୍ସାହ ଓ ଆଡମ୍ବର ସହ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମନ୍ତ୍ରୀ ଶ୍ରୀ ଗଣ୍ଡ ଉପସ୍ଥିତ ଜନସାଧାରଣଙ୍କୁ ପରିବେଶ ସୁରକ୍ଷାର ମହତ୍ତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ଗଛ ଲଗାଇବା ସହ ସେଗୁଡ଼ିକର ଯତ୍ନ ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସ୍ୱୟଂ ବୃକ୍ଷରୋପଣ କରି ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ନିମନ୍ତେ ସଚେତନ ହେବାର ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ, ଗଛ କେବଳ ପରିବେଶକୁ ସବୁଜ କରେ ନାହିଁ, ବରଂ ମାନବ ଜୀବନ ପାଇଁ ଅମୂଲ୍ୟ ସମ୍ପଦ ଭାବେ କାର୍ଯ୍ୟ କରିଥାଏ। ପ୍ରତ୍ୟେକ ଲୋକ ଯଦି ଗୋଟିଏ ଲେଖାଏଁ ଗଛ ଲଗାଇ ତାହାର ସୁରକ୍ଷା କରିବେ, ତେବେ ଆସନ୍ତା ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ।
ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ବଳଭଦ୍ର ମାଝୀ ମଧ୍ୟ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ସେ ମଧ୍ୟ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଆହ୍ୱାନ କରିଥିଲେ।
କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ ଓ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ। ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ସମାଜରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସମସ୍ତେ ସକ୍ରିୟ ଭାବରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.