
ନୟାଗଡ଼ : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଫେରିଛନ୍ତି ଚର୍ଚ୍ଚିତ ବାନା ସାର୍ l ନିଜ ପାଣ୍ଡିତ୍ୟ ପାଇଁ ନୟାଗଡ଼ରେ ସେ ଯେତିକି ଚର୍ଚ୍ଚିତ, କଲେଜ ଅଧ୍ୟକ୍ଷଙ୍କ ସହ ବିବାଦୀୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ ଥିଲେ l ସବୁ ବାଦବିବାଦ ଦୂର ହୋଇ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି ପୁଣି ଥରେ ଵିଧିବଦ୍ଧ ଭାବରେ ପୁନଃଅବସ୍ଥାପିତ ହୋଇଛନ୍ତି l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଉତ ତାଙ୍କୁ ଯୋଗଦାନ କରାଇଛନ୍ତି l ଶୈକ୍ଷିକ ବାତାବରଣକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ତାଙ୍କୁ ପୁନଃ କାର୍ଯ୍ୟରେ ଯୋଗଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା l ଏହାକୁ ପାଳନ କରି ସେ କାର୍ଯ୍ୟରେ ଯୋଗଦେଇଛନ୍ତି l ପ୍ରାୟ କିଛି ମାସ ହେବ ତାଙ୍କୁ ମହାବିଦ୍ୟାଳୟ ଛାଡ଼ିବାକୁ ପଡିଥିଲା l ତତ୍କାଳୀନ କଲେଜ ଅଧ୍ୟକ୍ଷଙ୍କ ସହ ବିବାଦ ପରଠାରୁ ତାଙ୍କୁ ନିଲମ୍ବନ ସହ ଅନ୍ୟ ଏକ ମହାବିଦ୍ୟାଳୟରେ ଉପସ୍ଥାନ ପକାଇବାକୁ ନିର୍ଦେଶ ଦିଆଯାଇଥିଲା l ଏବେ ପରଠାରୁ ଓଡ଼ିଆ ବିଭାଗ ଚଳଚଞ୍ଚଳ ହେବ l ପାଠପଢ଼ା ସଠିକ ଭାବରେ ଚାଲିବା ସହ ବିବାଦୀୟ ଘଟଣାର ପୁନରାବୃତ୍ତି ନ ହେବା ନେଇ ସମସ୍ତେ ଆଶା କରିଛନ୍ତି l ତାଙ୍କ ଅନୁପସ୍ଥିତରେ ବିଶେଷ କରି ଓଡ଼ିଆ ବିଭାଗରେ ପାଠପଢ଼ା ବ୍ୟାଘାତ ସୃଷ୍ଟି ହୋଇଥିଲା l ତାଙ୍କ ଯୋଗଦାନ ପରେ ଛାତ୍ରଛାତ୍ରୀ ଏବଂ କଲେଜର ଅଧ୍ୟାପକ ଅଧ୍ୟାପିକାମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି l
