ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ…

add-all

ନୟାଗଡ଼,(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଫାଣ୍ଡି ଅଧିକାରୀ ସ୍ବାଗତ କୁମାର ଦାସ । ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦଶ ଅନୁସାରେ ରାଜସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କୁ ନୟାଗଡ଼ ରିଜର୍ଭ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି ଏବଂ କଣ୍ଟିଲୋରେ କାର୍ଯ୍ୟରତ ସ୍ବାଗତ କୁମାର ଦାସଙ୍କୁ ନୂତନ ଅଧିକାରୀ ଭାବରେ ରାଜସୁନାଖଳା ଫାଣ୍ଡି ଦାୟିତ୍ଵ ଦିଆ ଯାଇଛି। ଶ୍ରୀ ଦାସ ବିଧିବଦ୍ଧ ଭାବରେ ଶୁକ୍ରବାର ଦିନ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ରାଜସୁନାଖଳା ଅଞ୍ଚଳକୁ ଗଞ୍ଜେଇ ଓ ବ୍ରାଉନ ସୁଗାର ମୁକ୍ତ କରିବା ସହିତ ଅପରାଧୀକ କାର୍ଯ୍ୟ କଳାପରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହିତ ଗରିବ ଲୋକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବେ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.