ନାବାଳିକା ଦୁଷ୍କର୍ମ ମାମଲା : ଜେଲରେ ଥାଇ ବ୍ଲୁ ପ୍ରିଣ୍ଟ, ଅନ୍ତରିଣ ଜାମିନ ରେ ଆସି ନକଲି ଡାକ୍ତର ଭବାନୀ ଶଙ୍କର ଦାସ ଫେରାର……!

ଆସାମୀ ପଛରେ ଵି ଜେ ପି ଅଣ୍ଟା ଭିଡୁଛି…!

add-all


ଅନ୍ତରିଣ ଜାମିନ ରେ ଆସି ଫେରାର ପରେ ସାକ୍ଷୀ ମାନଙ୍କୁ ଧମକ, ଫେରାର ପଛରେ କିଏ…? ପୋଲିସ ହାତ କାହିଁକି ଖାଲି…..!

ବ୍ରହ୍ମପୁର : ବ୍ରହ୍ମପୁରର ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା ରେ ଗିରଫ ହୋଇ ଜେଲରୁ ଅନ୍ତରୀଣ ଜାମିନରେ ଆସି ଫେରାର ଥିବା ନକଲି ଡାକ୍ତର ଭବାନୀ ଶଙ୍କର ଦାଶ ଏବେ ମାମଲା ପ୍ରତ୍ୟାହାର ପାଇଁ ଧମକ ଦେଉଥିବା ସାଙ୍ଘାତିକ ଅଭିଯୋଗ ଆସିଛି। ଭାଜପା ସହିତ ଘନିଷ୍ଠ ସମ୍ପର୍କ ରଖିଥିବା ନକଲି ଡାକ୍ତର ଜେଲରେ ଏକ ବର୍ଷ ରହିବା ପରେ ପାରୋଲରେ ଆସି ଫେରାର ହେବା ପରେ ସାକ୍ଷୀ ମାନଙ୍କୁ ଧମକ ଚମକ ଦେଉଥିବା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ନାବାଳିକା ଦୁଷ୍କର୍ମ ଘଟଣା କୁ ରଫା ଦଫା ପାଇଁ ଶାସକ ଦଳ ପକ୍ଷରୁ କୁଆଡ଼େ ଉଦ୍ୟମ ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି। ନିଜ ପୁଅର ପ୍ରଥମ ବାର୍ଷିକୀ ପାଇଁ ନକଲି ଡାକ୍ତର କୁ ଦୁଇ ଜଣ ଜମିନଦାର ଅନ୍ତରିଣ ଜାମିନ ରେ ଆଣିଥିଲେ ଭବାନୀ ଶଙ୍କର ଦାସକୁ।ଫେରାର ହୋଇ ଧମକ ଚମକ ଦେବା ପରେ ବି ପୋଲିସ ହାତ ବାନ୍ଧି ବସିଛି ନା ସହଯୋଗ କରୁଛି ତାହାକୁ ନେଇ ବିରାଟ ପ୍ରଶ୍ନ ବାଚୀ l ଏପଟେ ଜାମିନ ଦାର ହରଡ଼ ଘଣା ରେ ଫସି ଯାଇଛନ୍ତି । ଭବାନୀ ପାଇଁ ଦଳ ବଦନାମ ହେଉଥିବା ଆଲୋଚନା ବି ହେଉଛି। ଏହି ବ୍ଲୁ ପ୍ରିଣ୍ଟ ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି ତାହାବି ତଦନ୍ତ ସାଫେକ୍ଷ୍ୟ l ଅଦାଲତ ରୁ ନିର୍ଦେଶ ଥିବା ନିର୍ଦ୍ଧିଷ୍ଟ ସମୟ ଭିତରେ ଆସାମୀ କୁ ଗିରଫ କରି ଅଦାଲତ ରେ ହାଜିର କରିବାକୁ କିନ୍ତୁ ସ୍ଥାନୀୟ ବି.ଏନ.ପୁର ପୋଲିସ ବିଫଳ ହୋଇଛି l ଶୁଣିବାକୁ ମିଳିଛି ଏହି ଫେରାର ପଛରେ ଫିକ୍ସଙ୍ଗ ହୋଇଛି କିନ୍ତୁ ବାବୁ କେତେ ଜଣଙ୍କ ଆଖିରେ ଧୂଳି ଦେଇ ଆତ୍ମ ଗୋପନ କରୁଛନ୍ତି ତାହା ସମୟ କହିବ l

ad-week
Leave A Reply

Your email address will not be published.