ସଂରକ୍ଷିତ ଜଙ୍ଗଲରୁ ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଚାଲାଣ : ୨ଟ୍ରାକ୍ଟର ସହିତ ୨ଗିରଫ

add-all

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରୁ ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଚାଲାଣ ହେଉଥିବା ଖବର ପାଇ ଡିଏଫଓଙ୍କ ନିର୍ଦ୍ଦେଶରେ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ବନପାଳ ସରିତା ବରାଳ, ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା, ଅନିଲ କୁମାର ପାତ୍ରଙ୍କ ସମେତ ପାଟ୍ରୋଲିଙ୍ଗ କରୁଥିବା ସ୍କ୍ୱାର୍ଡ ଟିମ୍ ବାଣ୍ଠପୁର – ଧବଳେଇ ରାସ୍ତାରେ ଢିମା ବୋଝେଇ ୨ ଟ୍ରାକ୍ଟରକୁ ଜବତ କରାଯାଇ ୨ଚାଳକଙ୍କୁ ଅଟକାଇ ଜବତ ଟ୍ରାକ୍ଟର ସହିତ ଓଡ଼ଗାଁ କାର୍ଯ୍ୟାଳୟକୁ ଅଣାଯାଇଥିଲା।ବନ୍ୟଜନ୍ତୁ ଓ ବନ ସୁରକ୍ଷା ଆଇନ୍ ଅନୁଯାୟୀ ମାମଲା ରୁଜ୍ଜୁ ହେବା ପରେ ଚାଳକ ଦୁହିଁକୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଚାଳକ ଦ୍ବୟ ଶାଳିଆପଲ୍ଲୀ ଗ୍ରାମର ମୁନା ଜାନୀ (୨୬), ବାଣ୍ଠପୁର ଗ୍ରାମର ସନ୍ତୋଷ ଖିଲାର(୩୭) ବୋଲି ଜଣା ପଡିଛି।ସେମାନଙ୍କ ଠାରୁ ଗୋଟିଏ ନୀଳ ରଙ୍ଗର ପଞ୍ଜୀକୃତ ହୋଇନଥିବା ସ୍ବରାଜ ଟ୍ରାକ୍ଟର ସହିତ ଓଡି ୨୫ଜେ ୯୭୨୨ ନମ୍ବର ବିଶିଷ୍ଟ ସୋନାଲିକା ଟ୍ରାକ୍ଟର ଜବତ କରାଯାଇଛି ।

ad-week
Leave A Reply

Your email address will not be published.