
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡାଳି ଜାମ୍ବାହାଲ ପଞ୍ଚାୟତ ଅଧିନସ୍ତ ଦୁଲହପୁର ବାସୁବେଡା ଖଡିଆ ଟୋଲୀର ମହେଶ ବାଘୱାରଙ୍କ ଗତ କାଲି ରାତ୍ର ପ୍ରାୟ ୧୦ ଘଟିକା ସମୟରେ ବଜ୍ରାଘାତରେ ଗୋଟିଏ ଗାଇ ଏବଂ ଗୋଟିଏ ବଳଦର ମୃତ୍ୟୁ ଘଟିଛି | ମହେଶ ବାଘୱାର ଆଜି ସକାଲେ ଉଠି ଦେଖି ରାଜେଶ୍ୱର ନିରୀକ୍ଷକ ଅଣ୍ଡାଳିଙ୍କୁ କ୍ଷତି ପୂରଣ ବାବଦକୁ ସରକାରୀ ସହାୟତା ପାଇଁ ଦାବି ପାତ୍ର ପ୍ରଦାନ କରିଛନ୍ତି |
