୬ ବନ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

add-all

ବଲାଙ୍ଗୀର : ବନ କର୍ମଚାରୀଙ୍କୁ ଆକ୍ରମଣ । ୬ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁଲୋକ । ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ଘଟଣା । ବଲାଙ୍ଗୀର ବଙ୍ଗୋମୁଣ୍ଡା ରେଞ୍ଜ ତଥା ତୁରେକେଲା ଥାନା ଯୁବାମାଲ ଗାଁରେ ଘଟିଛି ଘଟଣା । ଗତ କିଛି ଦିନ ତଳେ ଯୁବାମାଲ ଗାଁର ମୁଣ୍ଡାପଡାରେ ଲୋକେ ଜଙ୍ଗଲ ଜମିକୁ ଦଖଲ କରିଥିବା ବେଳେ ସେହି ସ୍ଥାନରେ ବୃକ୍ଷରୋପଣ ପାଇଁ ବନ ବିଭାଗ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଉଥିଲା । କାର୍ଯ୍ୟକୁ ଦେଖିବା ପାଇଁ ବନ କର୍ମଚାରୀ ସେଠାକୁ ଯାଇଥିଲେ ।

ସେଠାରେ ଫରେଷ୍ଟରଙ୍କୁ ଠେଙ୍ଗାରେ ଗାଁଲୋକ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ପରେ ଫରେଷ୍ଟର ଅନ୍ୟ ସାଥି ଗାର୍ଡ ମାନଙ୍କୁ ଡକାଇଥିଲେ । ସାଥି ଗାର୍ଡ ମାନେ ସେଠାରେ ପହଁଚିବା ପରେ ସେମାନଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ । ଏହି ଭିଡିଓ ଭାଇରାଲ ପରେ ବର୍ତ୍ତମାନ ଘଟଣା ସାମ୍ନାକୁ ଆସିଛି । ଏଥିରେ ଜଣେ ଫରେଷ୍ଟର,୩ ଜଣ ଫରେଷ୍ଟ ଗାର୍ଡ,୨ ଜଣ ପାରା ସ୍କ୍ୱାର୍ଡ ଙ୍କୁ ଆକ୍ରମଣ କରିଥିବା ନେଇ ଜଣାପଡିଛି । ଏନେଇ ତୁରେକେଲା ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି । ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ad-week
Leave A Reply

Your email address will not be published.