ବାଣପୁରରେ ଭିଡ଼ ହିଂସା, ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

add-all

ବାଲୁଗାଁ : ବାଣପୁରରେ ଭିଡ଼ ହିଂସା । ଯୁବକଙ୍କୁ ପିଟି ପିଟି ମାରିଥିବା ଅଭିଯୋଗ । ବାଣପୁର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟ । ମୃତ ଯୁବକ ତୋଫାନ ନାୟକ ।

ସୂଚନା ଅନୁସାରେ, ଖଣତ ଗାଁରେ ଜଣଙ୍କ ଘରେ ପଶି ମହିଳାଙ୍କ ସହ ତୋଫାନ୍ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ । ନିଶାସକ୍ତ ଅବସ୍ଥାରେ ତୋଫାନକୁ ଧରି ଗାଁ ଦାଣ୍ଡରେ ଇଲେକ୍ଟ୍ରିଖୁଣ୍ଟିରେ ବନ୍ଧି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଘରକୁ ଫେରିବା ପରେ ତୋଫାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭିଡ଼ ହିଂସା ସହିତ ପୋଲିସ ମାଡ଼ ମାରିଥିବାରୁ ତୋଫାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ।

ad-week
Leave A Reply

Your email address will not be published.