
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଛକ ଠାରେ ଯାତ୍ରୀବାହି ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା ପାଞ୍ଚ ଗୁରୁତର ଆହତ। ଗୁରୁତର ମାନେ ହେଲେ ଅଟୋ ଚାଳକ ୫୮ବର୍ଷୀୟ ବିଦ୍ୟାଧର ଲେଙ୍କା ସହ ଅଟୋ ଚାଳକ ୪୨ ବର୍ଷୀୟ ସୋମ ନାଥ ନାୟକ,୧୮ ବର୍ଷୀୟା ସୁପ୍ରିୟା ପଟ୍ଟନାୟକ, ୪୫ ବର୍ଷୀୟା ଛବିତା ପଟ୍ଟନାୟକ, ୫୦ ବର୍ଷିୟା ମାମାଲି ପଟ୍ଟନାୟକ ଓ ୫୮ ବର୍ଷୀୟା ହରିହର ପଟ୍ଟନାୟକ ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଆସିକା ପ୍ରାଥମିକ ଚିକିତ୍ସା ଳୟ ଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲକୁ ସ୍ଥାନ୍ତାନ୍ତର କରାଯାଇଛି l ପ୍ରକାଶ ଥାଉକି ଗୋଟିଏ ପରିବାରର ଚାରିଜଣ ତୀର୍ଥ ଯାତ୍ରା ସାରି ଓଡ଼ି ୦୨ଟି ୪୭୮୬ ନମ୍ବର ବିଶିଷ୍ଠ ଏକ ଯାତ୍ରୀ ବାହୀ ଅଟୋ ସାହାଯ୍ୟରେ ବ୍ରହ୍ମପୁର ଗୌତମ ନଗର ରୁ ସୋରଡ଼ା ନୂଆଁଗଡ଼ ଯାଉଥିବା ସମୟରେ ଅପର ପଟରୁ ଆସୁଥିବା ଡବ୍ଲ୍ୟୁବି ୩୩ ଏଫ ୧୨୧୫ ନମ୍ବର ଏକ ଦୂତଗାମୀ ଟ୍ରକ ସହ ରେଡ୍ଡୀ ଦାମୋଦର ପଲ୍ଲୀ ଛକ ନିକଟ ବୁଲାଣି ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା l
ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ ଏଥିରେ ଦୁଇ ଜଣଙ୍କ ହାତ ଛିଣ୍ଡି ରାସ୍ତାରେ ପଡିଯାଇଥିଲା। ଘଟଣା ସ୍ଥଳରେ ପରିବାରର ଚାରି ଜଣ ଓ ଦୁଇ ଅଟୋ ଚାଳକ ଗୁରୁତର ହୋଇଥିଲେ l ଗୁରୁତର ମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ପ୍ରଥମେ ଆସିକା ପରେ ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲକୁ ସ୍ଥାନ୍ତାନ୍ତର କରାଯାଇଛି l ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ଅଟୋ ଓ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି। ପ୍ରକାଶ ଥାଉକି ଯେଉଁ ସ୍ଥାନଟିରେ ଦୁର୍ଘଟଣା ଘଟିଛି ଉକ୍ତ ସ୍ଥାନଟି ସମ୍ପୂର୍ଣ ତୀକ୍ଷ୍ଣ ବୁଲାଣି ରହିଛି ଫଳରେ ଅପର ପଟରୁ ଆସୁଥିବା ଯାନବାହାନ ଠିକ ଭାବେ ଦେଖା ଯାଉନାହିଁ। ବାରମ୍ବାର ଜାତୀୟ ରାଜପଥ ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଆଜି ଏହିଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ତୁରନ୍ତ ଏହି ବୁଲାଣି ରାସ୍ତାକୁ ସିଧା କରିବା ଦିଗରେ ପଦକ୍ଷପ ନେବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବୀ ହେଉଛି।
