
ବ୍ରହ୍ମପୁର: ଦୀର୍ଘ ପ୍ରାୟ ଚାରି ଦଶନ୍ଧିର ଗୌରବମୟ ସରକାରୀ ସେବା ପରେ ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ ଏମ ଭି ଆଇ ରାଜ କୁମାର ବେହେରା ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ ବିଦାୟ କାଳୀନ ସମର୍ଦ୍ଧନା ସଭା ଏକ ଭାବବିହଳ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି। ତାଙ୍କ ସହ ଦୀର୍ଘ କାଳୀନ କାର୍ଯ୍ୟ କରିଥିବା ସହକର୍ମୀ, ବରିଷ୍ଠ ଅଧିକାରୀ ଓ ଶୁଭେଛୁ ମାନେ ତାଙ୍କର କର୍ତ୍ତବ୍ୟନିଷ୍ଠା, ସରଳତା, ସତ୍ୟନିଷ୍ଠ ଓ ମାନବିକ ବ୍ୟବହାର କୁ ସ୍ମରଣ କରି ଭାବବିହଳ ହୋଇପଡିଲେ। ଶ୍ରୀ ବେହେରା ୧୯୮୭ ମସିହାରେ କଳାହାଣ୍ଡି ଜିଲ୍ଲାର ମୁଖିଗୁଡା, ୨୦୦୩ ମସିହାରେ ପରିବହନ ବିଭାଗକୁ କନିଷ୍ଠ ଏମ ଭି ଆଇ ଭାବେ ନିୟୋଜିତ ହୋଇଥିଲେ। ସେ ଓଡିଶା ର ପ୍ରତ୍ୟେକ ଜିଲ୍ଲା ରେ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇଛନ୍ତି l କିନ୍ତୁ ସୁନ୍ଦରଗଡ଼ ଜିଲ୍ଲା ତାଙ୍କ ଚାକରି ଜୀବନ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି l ଯାହାକୁ ମନେ ପକାଇ ସେ କିଛି ମାତ୍ର ରେ ଭାବ ବିହୋଳ ହୋଇଥିଲେ l ଅବସର ସମୟ ର କିଛି ମାସ ପୂର୍ବରୁ ତାଙ୍କ ନିଜ ଜିଲ୍ଲା ପରିବହନ ଆଯୁକ୍ତ ଏବଂ ଗଞ୍ଜାମ ଜିଲ୍ଲା ରୁ ନିର୍ବାଚିତ ହୋଇଥିବା ପାରିବହନ ମନ୍ତ୍ରୀ ସୁପାରିଶ କ୍ରମେ ବେହେରାଙ୍କୁ ଗଞ୍ଜାମ ଜିଲ୍ଲାକୁ ବଦଳୀ କରାଯାଇ ଛତ୍ରପୁର ମୋଟର ଯାନ ନିରୀକ୍ଷକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଆଜିର ଆଜି ସମର୍ଦ୍ଧନା ସଭା ରେ ବହୁ ଅଧିକାରୀ ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରି ଆନ୍ତରିକ ଶୁଭେଚ୍ଛା ଜଣେଇଥିଲେ।
