୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା, ଆଜିଠୁ ପ୍ରି ଟେଷ୍ଟ୍‌

add-all

ଭୁବନେଶ୍ୱର: ମେ’ ୧୫ ତାରିଖ ସୁଦ୍ଧା ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଜନଗଣନା। ଏପ୍ରିଲ ୧ ତାରିଖରୁ ଜନଗଣନା ପାଇଁ ସ୍ୱ-ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତା ପରେ ମ୍ୟାପିଂ ସରିଛି। ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜୁଲାଇ ପହିଲାରୁ ପ୍ରି ଟେଷ୍ଟ ଆରମ୍ଭ ହୋଇଛି| ଏଥିପାଇଁ ମୟୂରଭଞ୍ଜ ଓ ଭୁବନେଶ୍ୱରରେ ଏହାକୁ ଆରମ୍ଭ କରାଯିବ।

ଦ୍ୱିତୀୟ ପର୍ଯ୍ୟାୟରେ ମୋବାଇଲ ଆପ୍‌ ଓ ଲୋକଙ୍କ ଫିଡ୍‌ବ୍ୟାକ୍‌ ପାଇଁ ବିଭିନ୍ନ ପ୍ରକାରର ପ୍ରଶ୍ନ କରାଯିବ। ୨୦ ଦିନ ବ୍ୟାପୀ ପ୍ରି ଟେଷ୍ଟ ହେବ। ୧୦ରୁ ୧୫ ହଜାର ଲୋକଙ୍କୁ ନେଇ ପ୍ରି ଟେଷ୍ଟ ହେବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଗଷ୍ଟରୁ ହୋଇ ଅକ୍ଟୋବର ମଧ୍ୟରେ ଟ୍ରେନିଂ ହେବ । ସେତେବେଳେ ସ୍କୁଲ ଖୋଲା ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବୁ । ଏଥିପାଇଁ ଅଧିକ ଶିକ୍ଷକ ନିୟୋଜିତ ହେବେ ବୋଲି ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି।

ad-week
Leave A Reply

Your email address will not be published.