ମୃତ୍ୟୁ ଏମିତି ବି ଆସେ…୧୧ କେଭି ବିଦ୍ୟୁତ ତାର ସ୍ପର୍ଶରେ ଆସି ଯୁବକଙ୍କ ଅକାଳ ମୃତ୍ୟୁ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

add-all

ବାଲିଗୁଡା, ତା, ୦୧/୦୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ଜଣାଶୁଣା ଯୁବକ ତଥା ସମାଜସେବୀ ଭାବେ ପରିଚିତ ମନୋଜ କୁମାର ପଣ୍ଡା (ପିଣ୍ଟୁ ) (୩୪) ଙ୍କ ବୁଧବାର ଅପରାହ୍ନ ରେ ୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ପିଣ୍ଟୁ ଙ୍କ ଅକାଳ ମୃତ୍ୟୁ ଘଟିଛି l ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଘଟଣା ରୁ ପ୍ରକାଶ ଯେ, ସ୍ଥାନୀୟ ହନୁମାନ ମନ୍ଦିର ନିକଟସ୍ଥ ନିଜ ହୋଟେଲ ଭବାନୀ କେଫ ରେ ଉପରେ ମାଙ୍କଡ଼ ମାନଙ୍କ ଉପଦ୍ରଵ କୁ ଆଡେଇ ବାକୁ ଯାଇ ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ କୌଣସି ପ୍ରକାରେ ଆସିଯିବାରୁ ମନୋଜ ସେଠାରେ ପଡ଼ି ଯାଇଥିଲେ, ଏହି ବିଷୟ ହୋଟେଲ କର୍ତ୍ତୃପକ୍ଷ ଦେଖିବାରୁ ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲ ଧରି ଯାଇଥିଲେ l ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ସେ ପିଲା ବେଳୁ ହିଁ ଏକା ଧାରରେ ଜଣେ ମେଳାପୀ, ପରୋପକାରୀ, ବନ୍ଧୁ ବସ୍ଥଳ ଭାବେ ବେଶ ଜଣାଶୁଣା ଥିବା ସହ ଫ୍ରେଣ୍ଡସ କ୍ଲବ ଓ ବିପଦ ର ବନ୍ଧୁ ଭଳି ବିଭିନ୍ନ ଅନୁଷ୍ଠାନ ସହ ଜଡିତ ଥିଲେ l ତାଙ୍କ ବିୟୋଗରେ ପରିବାର, ସମ୍ପର୍କୀୟ ଓ ଶୁଭେଚ୍ଛୁ ମାନେ ଗଭୀର ମର୍ମାହତ ହୋଇଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ବନ୍ଧୁ ପରିଜନ ଓ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ବର୍ଗତ ପଣ୍ଡା ଙ୍କ ମର ଶରୀର କୁ ମେଡିକାଲ ଠାରୁ ଏକ ବିରାଟ ପଟୁଆର ରେ ସହର ପରିକ୍ରମା କରିବା ସମୟରେ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶେଷ ଦର୍ଶନ କରିଥିଲେ l ପରିବାର ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ସ୍ଥାନୀୟ ସବ ଜେଲ ନିକଟସ୍ଥ ସ୍ମଶାନ ଘାଟ ଠାରେ ଅନ୍ତିମ ସଂସ୍କାର ସମାପନ ହୋଇଥିଲା l

ad-week
Leave A Reply

Your email address will not be published.