ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଜୋର ଧରିଲା ଚର୍ଚ୍ଚା

add-all

ଭୁବନେଶ୍ୱର:ଓଡ଼ିଶା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପିର ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କୁ ସାକ୍ଷାତ କରିବେ।ସୂଚନା ଅନୁସାରେ, ଅପରାହ୍ନରେ ଦିଲ୍ଲୀସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ଏହି ବୈଠକ ହେବ। ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଓ ସଂଗଠନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।ରାଜ୍ୟରେ କିଛିଦିନ ଧରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ବୈଠକକୁ ନେଇ ରାଜନୈତିକ ମହଲରେ ଉତ୍ସୁକତା ବଢ଼ିଛି। କେଉଁ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ଏବଂ କେଉଁ ବିଭାଗରେ ପରିବର୍ତ୍ତନ ହୋଇପାରେ, ସେନେଇ ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।ତେବେ ବୈଠକରେ କେଉଁ ପ୍ରସଙ୍ଗରେ ଚୂଡ଼ାନ୍ତ ଆଲୋଚନା ହେବ କିମ୍ବା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ କୌଣସି ନିଷ୍ପତ୍ତି ହେବ କି ନାହିଁ, ସେନେଇ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ।

ad-week
Leave A Reply

Your email address will not be published.