
ଭୁବନେଶ୍ୱର : ଓଡ଼ିଶାରେ ଖୁବଶୀଘ୍ର ଲକ୍ଷ୍ମୀପୁରାଣ କରିଡର । ରାଜ୍ୟର ପର୍ଯ୍ୟଟନ ଓ ଆର୍ଥିକ ସ୍ଥିତିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଭିଜନ । ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ ଲକ୍ଷ୍ମୀପୁରାଣର ନୂଆ ସଂସରଣ । ସଶକ୍ତ ମହିଳାଙ୍କ ନିଚ୍ଛକ ଉଦାହରଣ ଓଡ଼ିଆ ଘରର ଲକ୍ଷ୍ମୀ ପୁରାଣ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଭାରତର ବିକାଶ ଜାଣିବାକୁ ଚାହିଁଲେ ଓଡ଼ିଶା ଲକ୍ଷ୍ମୀପୁରାଣ ଏକ ଅଧ୍ୟାୟ ବୋଲି ସେ କହିଛନ୍ତି ।
ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ଏହି ମହାଲକ୍ଷ୍ମୀ କରିଡର ହେବାକୁ ଯାଉଛି। ତିନି ବର୍ଷ ଭିତରେ ଶେଷ ହେବ ଏହି ପ୍ରକଳ୍ପ । ପ୍ରାୟ ୨୮କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଛି ଏହି ବୃହତ ପ୍ରକଳ୍ପ। ରାଜ୍ୟ ଓ ରାଜ୍ୟ ବାହାରୁ ଓଡ଼ିଶାକୁ ଆସି ରିସର୍ଚ୍ଚ କରୁଥିବା ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଲକ୍ଷ୍ମୀପୁରାଣ ପାଠ କରିବା ପାଇଁ ଆହ୍ବାନ ଦିଆଯାଇଛି। ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ପୁରାଣ ଉପରେ ଅଧିକରୁ ଅଧିକ ରିସର୍ଚ୍ଚ କରିବା ପାଇଁ ମଧ୍ୟ ଫେଲୋସିପର ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
