ଗଞ୍ଜାମ ମହାବିଦ୍ୟାଳୟର ଗୌରବ; ୮ ଏନ୍‌ସିସି କ୍ୟାଡେଟ୍ ଅଗ୍ନିବୀର ଭାବେ ମନୋନୀତ

add-all

ଛତ୍ରପୁର : ଗଞ୍ଜାମ ମହାବିଦ୍ୟାଳୟର ୮ ଜଣ ଏନ୍‌ସିସି କ୍ୟାଡେଟ୍ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ମନୋନୀତ କ୍ୟାଡେଟ୍‌ମାନେ ହେଲେ ପ୍ରେମାନନ୍ଦ ବେହେରା, ଦେବାଶିଷ ବେହେରା, ଦେବାଶିଷ ପ୍ରଧାନ, ଗଣେଶ ମହାପାତ୍ର, ତରୁଣ ଡୋରା, ଟୁକୁନା ରେଡ୍ଡୀ, ଆନନ୍ଦ ନାୟକ ଓ ସମୀର ନାହାକ।

ଏହି ସଫଳତା ଅବସରରେ ଶୁକ୍ରବାର ଗଞ୍ଜାମ ମହାବିଦ୍ୟାଳୟର ଏନ୍‌ସିସି ନୌସେନା ୟୁନିଟ୍ ପକ୍ଷରୁ ମନୋନୀତ କ୍ୟାଡେଟ୍‌ମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା। ଅଧ୍ୟକ୍ଷା ଡ. ସ୍ମରଣିକା ହୋତା କହିଥିଲେ ଯେ, ଏକାଥରେ ୮ ଜଣ କ୍ୟାଡେଟ୍‌ଙ୍କ ଅଗ୍ନିବୀର ଭାବେ ମନୋନୟନ ମହାବିଦ୍ୟାଳୟ ପାଇଁ ଏକ ଗୌରବମୟ ସଫଳତା। ନିଷ୍ଠା, ଶୃଙ୍ଖଳା ଓ କଠୋର ପରିଶ୍ରମ ଯୋଗୁଁ ସେମାନେ ଏହି ସଫଳତା ହାସଲ କରିପାରିଛନ୍ତି। ସେମାନଙ୍କ କୃତିତ୍ୱ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଦେଶସେବା ଓ ଉଚ୍ଚ ଲକ୍ଷ୍ୟ ହାସଲ ପାଇଁ ପ୍ରେରଣା ଯୋଗାଇବ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଛାତ୍ରମାନେ ଏନ୍‌ସିସିର ଏଏନ୍‌ଓ ଡ. ଦୁର୍ଗା ପ୍ରସାଦ ଦାଶଙ୍କ ଦୀର୍ଘଦିନର ମାର୍ଗଦର୍ଶନ ଓ ପ୍ରଶିକ୍ଷଣକୁ ନିଜ ସଫଳତାର ପ୍ରମୁଖ କାରଣ ବୋଲି କହିଛନ୍ତି ।

ଗଞ୍ଜାମ ମହାବିଦ୍ୟାଳୟ ଦୀର୍ଘଦିନ ଧରି ଶିକ୍ଷା ସହ ଏନ୍‌ସିସି, କ୍ରୀଡ଼ା ଓ ବ୍ୟକ୍ତିତ୍ୱ ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଆସୁଛି। ଏହାର ଫଳସ୍ୱରୂପ ମହାବିଦ୍ୟାଳୟରୁ ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ କୃତୀ ଛାତ୍ରଛାତ୍ରୀ ସୃଷ୍ଟି ହେଉଥିବା ବେଳେ, ଏଥର ଏକାଥରେ ୮ ଜଣ କ୍ୟାଡେଟ୍‌ଙ୍କ ଅଗ୍ନିବୀର ଭାବେ ଚୟନ ମହାବିଦ୍ୟାଳୟ ପାଇଁ ଏକ ଐତିହାସିକ ସଫଳତା ଭାବେ ପରିଗଣିତ ହେଉଛି।

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ମନୋନୀତ କ୍ୟାଡେଟ୍‌ମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଓ ଗୌରବମୟ ଭବିଷ୍ୟତ କାମନା କରିଥିଲେ।

ad-week
Leave A Reply

Your email address will not be published.