
ହିନ୍ଦୋଳ: ପୁଣି ଦନ୍ତା ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ପା ଅନ୍ଧାରି ପୀଠ ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଶିକାରୀର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ବଜ୍ରପାତ ଯୋଗୁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରୁଛି ବନବିଭାଗ । ମୃତ ହାତୀର ବୟସ ୨୫ରୁ ୩୦ ବର୍ଷ ହେବ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନବିଭାଗ କର୍ମଚାରୀ ଓ ହିନ୍ଦୋଳ ରେଞ୍ଜର । ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ।
ଏହି ଘଟଣାରେ ଅଞ୍ଚଳରେ ଚିନ୍ତା ବଢ଼ିଛି । ମୃତ ହାତୀର ବୟସ ପ୍ରାୟ ୨୫ରୁ ୩୦ ବର୍ଷ ହେବ ବୋଲି ବନବିଭାଗ ପ୍ରାରମ୍ଭିକ ଅନୁମାନ କରିଛି । ହାତୀର ମୃତ୍ୟୁର ସଠିକ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ହିନ୍ଦୋଳ ରେଞ୍ଜର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ଭାବେ ଦୁଇଟି ସମ୍ଭାବନା ଉପରେ ତଦନ୍ତ ଚାଲିଛି ।
