ପ୍ରବଳ ବର୍ଷାରେ ନାଳରେ ଭାସିଗଲେ ଦୁଇ ଯୁବକ, ଜଣେ ନିଖୋଜ

add-all

ସମ୍ବଲପୁର: ବର୍ଷା ପାଣିର ସ୍ରୋତରେ ଭାସିଯାଇ ଯୁବକ ନିଖୋଜ, ସମ୍ବଲପୁର ସହର ନିକଟସ୍ଥ ବାଗଡିଆ ପଡ଼ା ନିକଟରେ ପାଣି ମାଡ଼ି ଆସିବାରୁ ଭାସିଗଲେ ଯୁବକ ।  ଦୁଇଜଣ ଯୁବକ ବାଇକରେ ଯାଉଥିବା ବେଳେ ହଠାତ୍ ପାଣି ମାଡ଼ି ଆସିଲା । ଉଭୟଙ୍କୁ ଭସାଇ ନେଇଥିଲା ପାଣି । କୌଶଳ କ୍ରମେ ଜଣେ ଖସିଆସିଲେ ଆଉ ଜଣେ ନିଖୋଜ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜା ଖୋଜି କରୁଛନ୍ତି ।  ସେପଟେ ପାଣିର ସ୍ରୋତ ଏତେ ଅଧିକ ଅଛି ଯେ ଖୋଜିବାରେ ମୁସ୍କିଲ ହୋଇପଡୁଛି ।

ଅନ୍ୟପଟେ, ବର୍ଷାରେ ବୁଡ଼ିଲା ସମ୍ବଲପୁର । ସମ୍ବଲପୁର ସହରରେ ଦିନ ପରେ ରାତି ସାରା ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଅଇଁଠାପାଲି PHD ପଡିଆରେ ପଡ଼ିଥିବା ମିନାବଜ଼ାରର ସବୁଆଡେ ପାଣି ଜମି ଯାଇଛି । କିଛି ଦୋକାନ ଭାଙ୍ଗି ଯାଇଥିବା ବେଳେ କିଛି ଦୋକାନୀ ମିନା ବଜ଼ାରରୁ ସମସ୍ତ ସାମଗ୍ରୀ ଉଠାଇ ନେଇଛନ୍ତି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମ୍ବଲପୁର ମ୍ୟୁନିସିପାଲଟି କର୍ପୋରେସନ୍ ଅଞ୍ଚଳରେ ଓ ଧାନକଉଡ଼ା ବ୍ଲକରେ ବନ୍ଦ ରହିବ ସ୍କୁଲ ।

ସେହିପରି ସହରର ତଳିଆ ଅଞ୍ଚଳ ଚାରଭାଟି, ସରଲାକାନି, ପ୍ରଧାନ ପଡ଼ା, ଏସଆରଆଇଟି କଲୋନୀ, ହାଉସିଂ ବୋର୍ଡ କଲୋନୀ, ଗୋପାଲ ମାଲ, ଠାକୁର ପଡ଼ା ଅଞ୍ଚଳ ଗୁଡିକରେ ପାଣି ଘରେ ପଶିଯାଇଛି । ସମ୍ବଲପୁର ଜ଼ିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ମାନେ ରାତି ତମାମ ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଛନ୍ତି । ସେହିପରି ଧନୁପାଲି ଥାନାର କିଛି ଅଞ୍ଚଳରେ ପାଣି ପସି ଯାଇଥିବା ବେଳେ ନିଜେ ଥାନା ଅଧିକାରୀ ଏବଂ ଥାନା କର୍ମଚାରୀ ମାନେ ପାଣି ଭିତରେ ପସି ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ad-week
Leave A Reply

Your email address will not be published.