ଚମ୍ପୁଆରେ ଏନକାଉଣ୍ଟର, ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସ ଗୁରୁତର

add-all

କେନ୍ଦୁଝର: ଚମ୍ପୁଆ ପୋଲିସର ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ମହମ୍ମଦ ନାଫିସକୁ ଏନକାଉଣ୍ଟର କଲା ପୋଲିସ । ତା ନାଁରେ ୩୦ ଅପରାଧୀକ ମାମଲା ରହିଛି । ଘରେ କେହି ନଥିବା ବେଳେ କବାଟ ଭାଙ୍ଗି ଲୁଟ କରିବାରେ ବେଶ ମାହିର ଥିଲା । ଗତକାଲି ନାସିଫକୁ ଝାଡ଼ଖଣ୍ଡ ମଝିଗାଁରୁ ଗିରଫ କରାଯାଇଥିଲା । ଚୋରୀ ସାମଗ୍ରୀ ଲୁଚାଇ ରଖିଥିବା ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲରେ ଚୋରୀ ସାମଗ୍ରୀ ଲୁଚାଇ ରଖିଥିଲା ନାଫିସ ।

ଆଜି ଭୋରରୁ ମାଫିସ ପତଳା ଜଙ୍ଗଲକୁ ନିଆଯାଇଥିଲା । ଚୋରୀ ସାମଗ୍ରୀ ଦେଖାଇବା ବେଳେ ସେଠାରେ ପୂର୍ବରୁ ଲୁଚାଇ ରଖିଥିବା ବନ୍ଧୁକରେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ ବେଳେ ଏନକାଉଣ୍ଟର କରିଛି ପୋଲିସ । ଏନକାଉଣ୍ଟରରେ ଗୁରୁତର ଆହତ ଅବସ୍ଥାରେ ଚମ୍ପୁଆ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି । ନାଫିସ୍ ଗୋଡ଼ରେ ବାଜିଛି ଗୁଳି । ପୋଲିସ ଏହି ଘଟଣାକୁ ଏକ ସଫଳ ଅଭିଯାନ ବୋଲି କହିଛି । ଏହା ସହିତ ନାଫିସର ଅନ୍ୟ ସହଯୋଗୀମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି । ଅଞ୍ଚଳରେ ଏହି ଏନକାଉଣ୍ଟର ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରାଯାଇଛି ।

ad-week
Leave A Reply

Your email address will not be published.