ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ, ଯାତାୟତ ଠପ୍

add-all

ଦଶପଲ୍ଲା: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ। ଦଶପଲ୍ଲା  ବ୍ଲକ ଘୋଳାହାଣ୍ଡି ପଞ୍ଚାୟତର ଆଦିବାସୀ ବହୁଳ ନାରଦିଗୋଛା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫଳରେ ଗ୍ରାମବାସୀଙ୍କ ଯାତାୟତ  ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ଏହି ରାସ୍ତାଦେଇ ୩/୪ ଟି ଗ୍ରାମର ଅଧିବାସୀ ଯାତାୟତ କରିଥାନ୍ତି। 

ପୂର୍ବରୁ ପୋଲଟି ଅସୁରକ୍ଷିତ ଅବସ୍ଥାରେ ରହିବା ସହ ଅଧା ଭାଙ୍ଗିଥିଲା । ଏହି ପୋଲ ଓ ରାସ୍ତା ପାଇଁ ଗତ ବର୍ଷ ଗ୍ରାମବାସୀ ବ୍ଲକ ସମ୍ମୁଖରେ ଧାରଣା  ଦେଇଥିଲେ। ହେଲେ ବ୍ଲକ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଏଯାଏ କାର୍ଯ୍ୟକାରୀ ହୋଇ ପାରିନି। 

ad-week
Leave A Reply

Your email address will not be published.