ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟଠାରେ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ଠାରେ ଓଡ଼ଗାଁ ସେକସନ୍ ତରଫରୁ ଚାରା ବିତରଣ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ଅଁଳା, ଗଙ୍ଗଶିଉଳି, ପିଜୁଳି, ଡାଳିମ୍ବ, ସଜନା ଭଳି ନାନା ପ୍ରକାରର ଚାରା ଉପସ୍ଥିତ ଶତାଧିକ ଲୋକଙ୍କୁ ବଣ୍ଟନ କରାଯାଇଥିଲା।ଅଧିକ ପରିମାଣରେ ଚାରା ଆବଶ୍ୟକ ପଡିଲେ ନାଉଖାଲ ଠାରେ ଥିବା ଚାରା ଉତ୍ପାଦନ କେନ୍ଦ୍ରକୁ ଯାଇ ପ୍ରତି ଚାରା ପିଛା ୧ଟଙ୍କା ବିନିମୟରେ ଆବଶ୍ୟକ ସଂଖ୍ୟକ ଚାରା ଆଣିପାରିବେ ବୋଲି ବାନପାଳ ସରିତା ବରାଳ ସୂଚନା ଦେଇଛନ୍ତି।ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆଧାରରେ ଚାରା ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଚାରା ଟିଏ ନେଇ ରୋପଣ କରିବା ନିମନ୍ତେ ସାଧାରଣରେ ଆଗ୍ରହ ପ୍ରକାଶ ପାଇଥିବା ଦେଖାଯାଇଥିଲା ।

ad-week
Leave A Reply

Your email address will not be published.