
ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ୍ରୁ ଭୁବନେଶ୍ୱର ଚାଲାଣ ବେଳେ ବିପୁଳ ପରିମାଣର ମାରିଜୁଆନ ଜବତ କରିଛି ଡିଆରଆଇ ଓ କଷ୍ଟମ ବିଭାଗ ।
ବ୍ୟାଙ୍କକ୍ ରୁ ଆସୁଥିବା ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ତାଙ୍କୁ ବିମାନ ବନ୍ଦରରେ ଅଟକ ରଖାଯାଇଥିଲା । ବ୍ୟାଗ୍ ଚେକିଂ ବେଳେ ତାଙ୍କ ବ୍ୟାଗରୁ ୧୧ କେଜିର ମାରିଜୁଆନା ବାହାରିଥିଲା । ଜବତ ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ତେବେ ଭୁବନେଶ୍ବରରୁ କିଏ ଅର୍ଡର କରିଥିଲେ। ବ୍ୟାଙ୍କକ୍ରୁ ଆଣୁଥିବା ଯାତ୍ରା ଜଣକ ଏକାଥିଲେ ନା ଆଉ କିଏ ସାଙ୍ଗରେ ଅଛନ୍ତି ସେନେଇ ଯାତ୍ରୀକୁ ଅଟକ ରଖାଯାଇ ପଚରାପଚରା କରୁଛି କଷ୍ଟମ ବିଭାଗ ।
