ଗଛରୁ ଝୁଲନ୍ତା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ଉଦ୍ଧାର

add-all

ଆସ୍କା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ କଲରା ପତରିଆ ମୃତଦେହ ଉଦ୍ଧାର ହୋଇଛି । ଶିକାରୀ ଫାସ ବସାଇଥିବା ବେଳେ ଫାସରେ ଲାଗି ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସ୍ଥାନୀୟ ଲୋକେ ପ୍ରଥମେ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟ ଏକ ଗଛରେ କଲରାପତରିଆ ବାଘ ଝୁଲୁଥିବା ନେଇ ଦେଖିଥିଲେ । ଏହାପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତଦେହ ଉଦ୍ଧାର କରିଛନ୍ତି ।

ତେବେ କେଉଁ ପରିସ୍ଥିତିରେ ବାଘର ମୃତ୍ୟୁ ହେଲା, ଏହା ପଛରେ କାହାର ହାତ ରହିଛି ସେନେଇ କୌଣସି ସଠିକ୍ ପ୍ରମାଣ ମିଳାପାରି ନଥିବାବେଳେ, ଦୋଷୀକୁ ଧିରିବାକୁ ତଦନ୍ତ ଆରମ୍ଭ ହୋଇଛି ।

ad-week
Leave A Reply

Your email address will not be published.