ରଥଯାତ୍ରା ପାଇଁ NSG କମାଣ୍ଡୋର ମକଡ୍ରିଲ୍, ଆତଙ୍କୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ଅଭ୍ୟାସ

add-all

ପୁରୀ : ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ NSG କମାଣ୍ଡୋର ମକଡ୍ରିଲ୍ । ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ NSG କମାଣ୍ଡୋ ଓ NDRF ଟିମ ପକ୍ଷରୁ ମକଡ୍ରିଲ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ସହ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ମକଡ୍ରିଲ୍ କରାଯାଉଛି । ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା, ଜନଗହଳି ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ବ୍ୟାପକ ମକ୍ ଡ୍ରିଲ୍ କରାଯାଇଛି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ଏବଂ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ପାଇଁ ଏହି ପ୍ରସ୍ତୁତି କରାଯାଇଛି ।

ପୁରୀ ରେଳ ଷ୍ଟେସନରେ କୌଣସି ଆତଙ୍କବାଦୀ ଆକ୍ରମଣ କିମ୍ବା ବୋମା ବିସ୍ଫୋରଣ ଭଳି ଜରୁରୀ ପରିସ୍ଥିତିରେ ଯାତ୍ରୀମାନଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯାଇପାରିବ, ତାର ଅଭ୍ୟାସ କରାଯାଇଛି । ପ୍ରବଳ ଗରମ ବା ଗହଳି ଯୋଗୁଁ କେହି ଅସୁସ୍ଥ ହେଲେ ତାଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇବା ପାଇଁ “ଗ୍ରୀନ୍ କରିଡର”ର ମକ୍ ଡ୍ରିଲ୍ କରାଯାଇଛି । ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡ ଆଖପାଖ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ସ୍ପେଶାଲ୍ ସ୍କ୍ୱାଡ୍ ଦ୍ୱାରା ଯାଞ୍ଚ ଅଭ୍ୟାସ କରାଯାଇଛି । ପୁରୀ ଟାଉନ ଥାନା ପରିସରରେ ଥିବା ଇଣ୍ଟିଗ୍ରେଟେଡ୍ କଣ୍ଟ୍ରୋଲ୍ ରୁମ୍ ମାଧ୍ୟମରେ ସମସ୍ତ ବିଭାଗ କିପରି ଏକାଠି କାମ କରିବେ, ତାହା ପରଖା ଯାଇଛି । ଆସନ୍ତା ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ର ଅନୁଷ୍ଠିତ ହେବ ।

ad-week
Leave A Reply

Your email address will not be published.