ଲଗାଣ ବର୍ଷାରେ ଭୁଶୁଡିଲା ମସଜିଦ୍ କାନ୍ଥ, ୩ ମୃତ ଓ ୩ ଆହତ

add-all

ବୁଲନ୍ଦସହର : ପ୍ରବଳ ବର୍ଷା ଯୋଗୁଁ ବୁଲନ୍ଦସହରର ମୁଣ୍ଡାଖେଡା ଅଞ୍ଚଳରେ ମସଜିଦର କାନ୍ଥ ଭୁଶୁଡି ପଡ଼ି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ଲୋକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଧିକାରୀଙ୍କ ଅନୁଯାୟୀ, ପୋଲିସ, ଏନଡିଆରଏଫ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।

ସୂଚନାନୁଯାୟୀ, ୬ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ୪ ଜଣ ଆହତଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାରି ମଧ୍ୟରେ ଜଣେ ମହିଳାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଫଳରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଏବେ ଆଉ ୩ ଜଣ ଆହତଙ୍କ ଚିକିତ୍ସା କରାଯାଉଛି । ଲଗାତାର ବର୍ଷା ଯୋଗୁଁ ମସଜିଦର କାନ୍ଥ ଭୁଶୁଡି ପଡିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ad-week
Leave A Reply

Your email address will not be published.