ଗୋସେବାରୁ ଆରମ୍ଭ ହେଲା ଦଶମ ବାର୍ଷିକ ସେବା ମହୋତ୍ସବ

add-all

ନୟାଗଡ଼ : ନୟାଗଡ଼ ସେବା ଉତ୍ସବ ସମିତି ପକ୍ଷରୁ ଦଶମ ବାର୍ଷିକ ଜିଲ୍ଲାବ୍ୟାପି ସେବା ମହୋତ୍ସବ -2026 ଉଦଘାଟିତ ହୋଇଯାଇଛି l ସବୁ ବର୍ଷ ପରି ଅତିଥି ମଞ୍ଚ ନ ହୋଇ ନିଆରା ଢଙ୍ଗରେ ଉଦଘାଟିତ ହୋଇଛି ସେବା ମହୋତ୍ସବ l ଗୋସେବା କାର୍ଯ୍ୟକ୍ରମରୁ ଚଳିତ ବର୍ଷର ଦଶମ ବାର୍ଷିକ ଜିଲ୍ଲବ୍ୟାପୀ ସେବା ମହୋତ୍ସବ -2026 ଉଦଘାଟିତ ହୋଇଯାଇଛି l ଏହି ଅବସରରେ ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମା ହରଚଣ୍ଡୀ ଗୋଶାଳାରେ ଗୋମାତା ମାନଙ୍କର ସେବା କରାଯିବା ସହ ଖାଦ୍ୟ ବଣ୍ଟନ କରାଯାଇଥିଲା lପରେ ପରେ ନୟାଗଡ଼ ସହରର ବିଭିର୍ଣ୍ଣ ସ୍ଥାନରେ ବୁଲା ଗାଈଗୋରୁ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯିବା ସହ ସଫେଇ କରାଯାଇଥିଲା l ପ୍ରାୟ 200 ଗୋମାତା ଓ ନନ୍ଦୀ ମହାରାଜଙ୍କୁ ଏହି ଅବସରରେ ସେବା ଯୋଗାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସେବା ସମିତି ସଦସ୍ୟ ପରମେଶ୍ୱର ସାହୁ,ଆଦିତ୍ୟ ପାଳ, ସତ୍ୟ ବେହେରା,ବିଶ୍ୱଜିତ ମହାନ୍ତି ସୁମନ ଦାସ, ଆଶିଷ କୁମାର ନାୟକ, ସ୍ୱାଗତ ବାଇ, ଉମାକାନ୍ତ ମହାପାତ୍ର, ସତ୍ୟରଞ୍ଜନ ସାହୁ,ଆଶୁତୋଷ ସାହୁ,
ଅଂଶୁମାନ ସେଠି, ଲକ୍ଷ୍ମୀଧର ବେହେରା ,ଓମପ୍ରକାଶ ସାହୁ, ଅବିନାଶ ସାହୁ, ଓମକାର ସାହୁ, ପ୍ରମୋଦ କୁମାର ସାହୁ, ଗଗନ ନାୟକ , ଆଦିତ୍ୟ ପାଳ, ସିଲୁ ବରାଡ଼ ଜୟନ୍ତ କୁମାର ବାରିକ, ସୁମନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ l ଆଜିଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା 20 ତାରିଖ ଯାଏଁ ଜିଲ୍ଲାର ସମସ୍ତ ଆଠୋଟି ବ୍ଲକରେ ଅନୁଷ୍ଠିତ ହେବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି l

ad-week
Leave A Reply

Your email address will not be published.