ଭିଏତନାମରେ ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

add-all

ଭିଏତନାମ: ଭିଏତନାମରେ ବଡ଼ ଅଘଟଣ । ସ୍ପିଡ୍ ବୋଟ୍ ବୁଡ଼ି ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ । ଉଦ୍ଧାର କାର୍ଯ୍ୟ ଜାରି । ଦକ୍ଷିଣ ଭିଏତନାମର ପ୍ରସିଦ୍ଧ ପୁ କ୍ଵୋକ ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ସ୍ପିଡ୍ ବୋଟ୍ ସମୁଦ୍ର ମଝିରେ ଓଲଟି ପଡ଼ିବା ଫଳରେ ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନେକ ଲୋକ ନିଖୋଜ ଥିବା ବେଳେ ବର୍ତ୍ତମାନ ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବୋଟ୍ ରେ ମୋଟ ୩୬ ଜଣ ଥିଲେ, ଯେଉଁଥିରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୪ ଜଣ ବୋଟ୍ କର୍ମଚାରୀ ସାମିଲ ଥିଲେ । ସମୁଦ୍ରରେ ପ୍ରବଳ ଉଚ୍ଚ ଜୁଆର ଏବଂ ଖରାପ ପାଗ ଯୋଗୁଁ ଭାରସାମ୍ୟ ହରାଇ ବୋଟ୍ ଟି ଓଲଟି ପଡ଼ିଥିଲା । ସ୍ଥାନୀୟ ପ୍ରଶାସନ, ଭିଏତନାମ ବର୍ଡର ଗାର୍ଡ ଏବଂ ନୌସେନା ପକ୍ଷରୁ ସମୁଦ୍ରରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଭିଏତନାମରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ଏବଂ ମୃତାହତଙ୍କ ପରିଚୟ ସ୍ପଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।

ad-week
Leave A Reply

Your email address will not be published.