
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କଦଳୀ ବନ୍ଧ ନିକଟ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟି ଚାଳକ ଭାରସାମ୍ୟ ହରାଇ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ସୁବ୍ରତ ମହାରଣା(୩୬) ଭୁବନେଶ୍ୱରରେ କାମ କରୁଥିବା ଏକ ଘରୋଇ କମ୍ପାନୀ କାର୍ଯ୍ୟରେ ସ୍କୁଟିରେ ଭଞ୍ଜନଗର ଯାଇଥିଲେ ।ସେ ଭଞ୍ଜନଗରରୁ ଫେରୁଥିବା ସମୟରେ ଓଡ଼ଗାଁ କଲେଜ ପରବର୍ତ୍ତୀ ପେଟ୍ରୋଲ ପମ୍ପ ନିକଟସ୍ଥ ହମ୍ପସରେ ଭାରସାମ୍ୟ ହରାଇ ଗାଡିରୁ ଛିଟିକି ପଡ଼ିଥିଲେ। ଫଳରେ ତାଙ୍କର ତଳ ଓଠ ଓ ମାଢି ଫାଟି ଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।ଓଡ଼ଗାଁ ଦମକଳ ବାହିନୀ ବେହୋଶ ଅବସ୍ଥାରେ ପଡ଼ିଥିବା ସୁବ୍ରତଙ୍କୁ ଓଡ଼ଗାଁ ଡାକ୍ତରଖାନାରେ ପହଞ୍ଚାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ତାଙ୍କୁ ନୟାଗଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ସୁବ୍ରତଙ୍କ ଘର ଦୁର୍ଘଟଣା ସ୍ଥଳରୁ ୫ଶହ ମିଟର ବୋଲି ଜଣାପଡିଛି।
