ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ବୋମା ଧମକ

add-all

ଭୁବନେଶ୍ୱର : ସକାଳୁ ସକାଳୁ ଅନୁଗୁଳ ଓ ସମ୍ବଲପୁର କୋର୍ଟକୁ ମିଳିଛି ବୋମା ଧମକ। ଅନୁଗୁଳ ଜିଲା କୋର୍ଟକୁ ସୋମବାର ବୋମାରେ ଉଡାଇଦେବାକୁ ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯାଇଥିଲା। ଇ-ମେଲ୍ ଯୋଗେ ଏହି ଧମକ ମିଳିବା ପରେ ପୁଲିସ, ବମ୍ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।
ସେହିପରି ସମ୍ବଲପୁର ଜିଲା କୋର୍ଟକୁ ମଧ୍ୟ ବୋମା ଧମକ ମିଳିଥିଲା। ରେଜିଷ୍ଟ୍ରାରଙ୍କ ପାଖକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ପୁଲିସକୁ ଖବର ଦିଆଯାଇଥିଲା। କ୍ୟାମ୍ପସରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚ କୋର୍ଟ ପରିସର ଖାଲି ସହ ତଲାସି କରିଥିଲେ।

ad-week
Leave A Reply

Your email address will not be published.