ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ଓଡ଼ିଶାର ସ୍ୱାର୍ଥ ନେଇ କରିବେ ଆଲୋଚନା

add-all

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ । ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ସୂଚନା ମିଳୁଛି । ହେଲେ ଆଗକୁ ସଂସଦର ମୌସୁମୀ ଅଧିବେଶନକୁ ନଜରରେ ରଖି ନବୀନ ପଟ୍ଟନାୟକ ଦିଲ୍ଲୀରେ ଶୀର୍ଷ ନେତୃତ୍ୱଙ୍କୁ ଭେଟିପାରନ୍ତି  ବୋଲି ଚର୍ଚ୍ଚା ସୃଷ୍ଟି ହେଉଛି । ବିଜେଡି ସୁପ୍ରିମୋ ଶୀର୍ଷ ନେତୃତ୍ୱମାନଙ୍କ ସହ ଭେଟି ରାଜ୍ୟର ବିକାଶ ଓ ଜନସ୍ୱାର୍ଥ ସମ୍ପର୍କିତ ଅନେକ ବିଷୟରେ ଆଲୋଚନା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ଏହାସହ ବିଜେଡି ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ଦାବି ଜୋରଦାର ଭାବେ ଉଠାଇବ ବୋଲି ମଧ୍ୟ ସୂଚନା ମିଳିଛି ।

ad-week
Leave A Reply

Your email address will not be published.