ଘର ଭିତରେ ପଶିଗଲା ଟ୍ରକ, ମା ମୃତ ଓ ଶିଶୁ ଗୁରୁତର

add-all

ସମ୍ବଲପୁର : ଏମିତି ବି ଆସେ ମୃତ୍ୟୁ । ଘର ଭିତରେ ପଶିଗଲା ଟ୍ରକ। ଚାପି ହୋଇଗଲେ ମା ଓ ଶିଶୁ । ଘଟଣାସ୍ଥଳରେ ମା ମୃତ ଓ ଅଢେଇ ବର୍ଷର ଶିଶୁ ଗୁରୁତର । ସମ୍ବଲପୁର ପଡିଆବାହାଲ ନିକଟ ବାରିବନ୍ଦରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଟ୍ରକଟି ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଘର ଭିତରେ ପଶି ଯାଇଥିଲା । ଫଳରେ ଘର ଭିତରେ ଥିବା ମା’ ଓ ତାଙ୍କ ଅଢେଇ ବର୍ଷର ଶିଶୁ ଟ୍ରକ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବାବେଳେ ଶିଶୁ ଆହତ ହୋଇଥିଲେ l ଗୁରୁତର ଶିଶୁକୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି । ଏଥି ସହିତ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା l କ୍ଷୁବ୍ଧ ଲୋକମାନେ ଜାତୀୟ ରାଜପଥରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି  l

ad-week
Leave A Reply

Your email address will not be published.