ଦୀପାବଳି ଓ ହୋଲିରେ ମିଳିବ ମାଗଣା ସିଲିଣ୍ଡର, ବିଜେପିର ଘୋଷଣା

add-all

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଆଜି ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ (ନିର୍ବାଚନ ଘୋଷଣାପତ୍ର) ଜାରି କରିଛି। ଘୋଷଣାପତ୍ର ସହିତ ବିଜେପି ‘କରକେ ଦିଖାୟା ହେ’ ନାମକ ଏକ ନୂଆ ନିର୍ବାଚନ ଗୀତ ମଧ୍ୟ ଲଞ୍ଚ କରିଛି। ମହିଳା, କୃଷକ ଏବଂ ଯୁବକମାନଙ୍କୁ ଫୋକସ କରି ବିଜେପି ଆଜି ନିଜ ଇସ୍ତାହାରରେ ଅନେକ ପ୍ରତିଶୃତି ଦେଇଛି । ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଉନ୍ମୋଚିତ ଏହି ସଂକଳ୍ପ ପତ୍ରରେ କୁହାଯାଇଛି ଯେ ଯଦି ରାଜ୍ୟରେ ସରକାର ଗଠନ ହୁଏ ତେବେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଅଧୀନରେ ଆର୍ଥିକ ସହାୟତାକୁ ୧୫ ହଜାରରୁ ୨୫ ହଜାରକୁ ବୃଦ୍ଧି କରାଯିବ |
ସେହିପରି ଗୃହିଣୀଙ୍କୁ ଖୁସ କରିବାକୁ ଉଜ୍ଜ୍ଵଳା ଯୋଜନା ଅନୁଯାୟୀ ହୋଲି ଏବଂ ଦୀପାବଳିରେ ସମସ୍ତ ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି । ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ମାଗଣା ଯାତ୍ରା ପାଇଁ ବ୍ୟବସ୍ଥା ସାଙ୍ଗକୁ ବିଧବା ଏବଂ ଗରିବ ମହିଳାଙ୍କ ପାଇଁ ପେନ୍‌ସନ୍‌କୁ ମାସକୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି। କଲେଜ ଯାଉଥିବା ମେଧାବୀ ଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାନୀ ଲକ୍ଷ୍ମୀ ବାଇ ଯୋଜନା ଅଧୀନରେ ମାଗଣା ସ୍କୁଟି ବଣ୍ଟନ କରିବାକୁ ମଧ୍ୟ କୁହାଯାଇଛି |
ଆଗାମୀ ୫ ବର୍ଷରେ ପ୍ରତ୍ୟେକ ପରିବାରକୁ ଅତି କମରେ ରୋଜଗାର କିମ୍ବା ଆତ୍ମନିର୍ଭରଶୀଳ ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟର ସମସ୍ତ ବିଭାଗୀୟ ପଦବୀ ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି। ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ୨ କୋଟି ଟାବଲେଟ୍ ଓ ସ୍ମାର୍ଟଫୋନ୍ ବଣ୍ଟନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି।

ad-week
Leave A Reply

Your email address will not be published.