ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍, ଲୁଟେରାଙ୍କୁ ଅଟକାଇବାକୁ ଯାଇ ମ୍ୟାନେଜର ଆହତ

add-all

ବାଲେଶ୍ଵର: ବାଲେଶ୍ଵର ସଦର ଥାନା ରସାଳପୁର ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲୁଟ୍ । ଆଜି ଅପରାହ୍ନରେ ୪ ଜଣ ଲୁଟେରା ବ୍ୟାଙ୍କ୍ ଭିତରକୁ ବନ୍ଧୁକ ଧରି ପ୍ରଵେଶ କରିଥିଲେ । ବ୍ୟାଙ୍କ ଭିତରେ ଆତଙ୍କ ରଚିବା ସହ ବ୍ୟାଙ୍କରୁ ଲୁଟ୍ ନେଇଛନ୍ତି ଲକ୍ଷାଧିକ ଟଙ୍କା । ମୋଟ ୬ ଜଣ ଲୁଟେରା ୩ ଟି ବାଇକରେ ଆସିଥିବା ବେଳେ ୪ ଜଣ ବ୍ୟାଙ୍କ୍ ଭିତରକୁ ପ୍ରବେଶ କରିଥିଲେ । ଅନ୍ୟ ଦୁଇ ଜଣ ବାହାରେ ପ୍ରହରା ଦେଇଥିଲେ । ବ୍ୟାଙ୍କରୁ ଲୁଟ୍ କରୁଥିବା ବେଳେ ଲୁଟେରାକୁ ଅଟକାଇବାକୁ ଚେଷ୍ଠା କରି ବ୍ୟାଙ୍କ ମ୍ୟାନେଜର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । ଖବର ପାଇ ସଦର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ପରିସରକୁ ଘେରାଉ କରି ତଦନ୍ତ ଆରମ୍ଭ କରିଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଥିବା ବେଳେ ଦୁର୍ବୃତ୍ତମାନଙ୍କ ପରିଚୟ ଓ ସେମାନଙ୍କ ଗତିପଥ ସମ୍ପର୍କରେ ତଦନ୍ତ ଚାଲିଛି । ପୋଲିସ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ାଉ ଜାରି ରଖିଛି ।

ad-week
Leave A Reply

Your email address will not be published.