ଲସ୍କର ମୁଖ୍ୟ ହାଫିଜ୍ ସଇଦ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି

add-all

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର ମୁଖ୍ୟ ହାଫିଜ୍ ସଇଦଙ୍କ ବିରୁଦ୍ଧରେ ଏକ ଜାମିନବିହୀନ ୱାରେଣ୍ଟ ଜାରି କରାଯାଇଛି। ଜମ୍ମୁର ଏକ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। ତେବେ ଏହି ଆଦେଶ ଭାରତରେ ହାଫିଜ୍ ସଇଦଙ୍କ ବିରୁଦ୍ଧରେ ତାଙ୍କ ଅନୁପସ୍ଥିତିରେ ବିଚାର ପାଇଁ ପଥ ପରିଷ୍କାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁଣାଣି ସମୟରେ କୋର୍ଟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଉପସ୍ଥାପିତ ପ୍ରମାଣକୁ ବିଚାରକୁ ନେଇ ଏହି ମାମଲାରେ ଏକ ଜାମିନବିହୀନ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖପଯୋଗ୍ୟ, ଭାରତରେ ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ହାଫିଜ୍ ସଇଦର ହାତ ରହିଛି। ତାଙ୍କୁ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ବିବେଚନା କରାଯାଏ। ଯେଉଁଥିରେ ୧୬୬ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ଶହ ଶହ ଲୋକ ଆହତ ହୋଇଥିଲେ। ଭାରତ ତାଙ୍କୁ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ମଧ୍ୟ ୱାଣ୍ଟେଡ୍ ବୋଲି ବିବେଚନା କରେ।

ଭାରତ ସରକାର ସମ୍ପ୍ରତି ନୂଆ ଅପରାଧିକ ଆଇନ ପ୍ରଚଳନ କରିଛନ୍ତି। ଯାହା ଜଣେ ଅଭିଯୁକ୍ତଙ୍କୁ ତାଙ୍କ ଅନୁପସ୍ଥିତିରେ ବିଚାର କରିବାକୁ ଅନୁମତି ଦିଏ, ଯଦି ସେ ଭାରତରୁ ପଳାୟନ କରୁଛନ୍ତି କିମ୍ବା ଜାଣିଶୁଣି କୋର୍ଟରେ ହାଜର ହେଉ ନାହାନ୍ତି।

ad-week
Leave A Reply

Your email address will not be published.