ଲଗାଣ ବର୍ଷାରେ କଣ୍ଟାବାଡ଼-ମଲ୍ଲିପଦର ରାସ୍ତା ଉପରେ ୩ ଫୁଟ୍ ପାଣି : ଯୋଗାଯୋଗ ବିଛିନ୍ନ

add-all

ବେଗୁନିଆ: ଅବିରତ ଅବିଶ୍ରାନ୍ତ ଏବଂ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। କେଉଁଠି ଘର ଭିତରେ ଆଣ୍ଠିଏ ପାଣି ତ ଆଉ କେଉଁଠି ରାସ୍ତା ଉପରେ ତିନି ଫୁଟର ପାଣି ଚାଲୁଥିବା ଦେଖିବାକୁ ମିଳିଛି। ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଳକରେ ଲଗାଣ ବର୍ଷା ହେବା କାରଣରୁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହେଇଥିବା ବେଳେ ଲଗାଣ ବର୍ଷାରେ କଣ୍ଟାବାଡ଼ ମଲ୍ଳୀପଦର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତା ଉପରେ ତିନି ଫୁଟର ପାଣି ଚାଲୁଛି। ଯାହା ଫଳରେ କଣ୍ଟାବାଡ଼ରୁ ମଲ୍ଳୀପଦରକୁ ଯୋଗାଯୋଗ ବିଚ୍ଛିନ୍ନ ହେଇଛି। ସେହିପରି ଓସ୍ତପୁର ଗ୍ରାମରେ ମଧ୍ୟ ଏକାଧିକ ବ୍ୟକ୍ତିଙ୍କ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି ପଶିଯାଇଛି। ଜଳ ସଠିକ ଭାବେ ନିଷ୍କାସିତ ନହେବା ସହ ପ୍ରବଳ ବର୍ଷା କାରଣରୁ ଏହିପରି ପରିସ୍ଥିତି ଉପୁଜିଛି।ଭାରି ଵର୍ଷାରେ ଚାଷୀ କୁଳର ବ୍ୟାପକ କ୍ଷତି ହେଇଥିବା ବେଳେ ପ୍ରଥମ ବର୍ଷାରେ ତଳି ଧାନ ନଷ୍ଟ ହେଇଥିବା ବେଳେ ପୁନର୍ବାର ଲଗାଣ ବର୍ଷା ଜଳ ତଳି ଧାନ ବ୍ୟାପକ ନଷ୍ଟ ହେଇଥିବା ଚାଷୀମାନେ କହିଛନ୍ତି। କିପରି ପୁଣି ଚାଷ ପାଇଁ ବିହନ କେଉଁଠୁ ଆଣିବେ ଫସଲ କିପରି କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। ଚାଷ ଜମିରେ ପାଣି ପୂର୍ଣ୍ଣ ହେଇ ରହିଥିବାରୁ ଜମି ନଦୀର ଭ୍ରମ ସୃଷ୍ଟି କରୁଛି। ସବୁଠି ପାଣି ଆଉ ପାଣି।

ଆଜି ସକାଳ ସାଢେ ଆଠଟା ସୁଧା ଖୋର୍ଧା ଜିଲ୍ଲାର ବାଲିଅନ୍ତାରେ ୪୮ ମିଲିମିଟର ବର୍ଷା ହେଇଥିବା ବେଳେ ବାଲିପାଟଣାରେ ୪୮ ମିଲିମିଟର ଭୁବନେଶ୍ୱରରେ ୫୦ ମିଲିମିଟର ଜଟଣୀରେ ୮ ମିଲିମିଟର ବାଣପୁରରେ ୪୪ ମିଲିମିଟର ବେଗୁନିଆରେ ୮୪ ମିଲିମିଟର ବୋଲଗଡରେ ୮୨,ଚିଲିକାରେ ୪୩ ଖୋରଧାରେ ୫୭ ଏବଂ ଟାଙ୍ଗିରେ ବ୍ଳକରେ ୨୨ ମିଲିମିଟର ବର୍ଷା ହେଇଥିବା ରେକର୍ଡ କରାଯାଇଛି। ସେପଟେ ଲଗାଣ ବର୍ଷା ଚାଷୀକୁଳ ପାଇଁ ବ୍ୟାପକ କ୍ଷତି କରିଥିବା ବେଳେ ମଲ୍ଳୀପଦର ଚାଷୀ ଅର୍ଜୁନ ଦାଶ ଏବଂ ବାପି ମହାପାତ୍ର କହିଛନ୍ତି ଆମେ ବିହନ କେଉଁ ଠାରୁ ଆଣିବୁ ବାରମ୍ବାର ଯାହା ବିହନ ତଳି ପକାଉଛୁ ତାହା ଲଗାଣ ବର୍ଷା ଦ୍ୱାରା ନଷ୍ଟ ହେଉଛି ପ୍ରଶାସନ ତୁରନ୍ତ ବିହନ ଯୋଗାଇବାକୁ ଦାବି କରିଛନ୍ତି।

ସେପଟେ ଓସ୍ତପୁରରେ ଏକାଧିକ ପରିବାର ଦୀର୍ଘ ବର୍ଷ ଧରି ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଲଗାଣ ବର୍ଷା ବେଳେ ଘରେ ଆଣ୍ଠୁଏ ପାଣି ଜମା ହେଉଛି। ପ୍ରଶାସନ ଟିକିଏ ଦଷ୍ଟି ଦେବା ସହ ପାଣି କିପରି ନିଷ୍କାସନ ହେଇପାରିବ, ବର୍ଷାଦିନେ ଆମେ ଟିକିଏ ଶାନ୍ତିରେ ରହିପାରିବୁ ଦାବି କରିଛନ୍ତି ଗ୍ରାମର ନୃସିଂହ ଚରଣ ପଣ୍ଡା, ମମତା ପଣ୍ଡା ଏବଂ ଗ୍ରାମ୍ୟ କମିଟି ସଭାପତି ଧନେଶ୍ୱର ପ୍ରଧାନ।

ad-week
Leave A Reply

Your email address will not be published.