ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

add-all

ପାରଳାଖେମୁଣ୍ଡି : ଚେନ୍ନାଇରେ କାମ କରୁଥିବା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତର ଜାଙ୍ଗରୀତୁନ ଗ୍ରାମର ଅକ୍ଷୟ ଭୂୟାଁ (୨୨)ଙ୍କ ମୃତ୍ୟୁ ଘଟିଛି। 

ସୂଚନାନୁଯାୟୀ, ଅକ୍ଷୟ ଅଧିକ ରୋଜଗାରର କର୍ମସଂସ୍ଥାନ ନିମନ୍ତେ କିଛି ଦିନ ପୂର୍ବରୁ ଚେନ୍ନାଇ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ତାଙ୍କର ଅକସ୍ମାତ ମୃତ୍ୟୁ ଘଟିଥିବା ଖବର ପରିବାର ପାଖରେ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏକମାତ୍ର ରୋଜଗାରିଆ ଥିବା ଅକ୍ଷୟଙ୍କ ମୃତ୍ୟୁରେ ପରିବାର ସଦସ୍ୟ ଭାଙ୍ଗିପଡ଼ିଛନ୍ତି।

ଗାଁର ଜୁବେଷ୍ଟ ଭୂୟାଁ, ଅଖବ ମଣ୍ଡଳ, ଅଭୟ ଭୂୟାଁ, ନିରୟ ଲୁଆରା, ଅଗଷ୍ଟ ଗମାଙ୍ଗ ଓ ମାନତ ଶବର ପ୍ରମୁଖ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ ଏବଂ ଜିଲ୍ଲା ଶ୍ରମ ବିଭାଗଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ମୃତଦେହକୁ ଶୀଘ୍ର ଗାଁକୁ ଆଣିବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବା ସହ ମୃତକଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ପୁନର୍ବାସ ସୁବିଧା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି। 

ad-week
Leave A Reply

Your email address will not be published.