ଫୁଲୁଛି ଜଳକା, ଲଗାଣ ବର୍ଷା ଯୋଗୁ ବିପଦ ସଙ୍କେତ ଅତିକ୍ରିମ କଲା ଜଳସ୍ତର

add-all

ଜଳେଶ୍ୱର : ଫୁଲୁଛି ଜଳକା । ଲଘୁଚାପଜନିତ ବର୍ଷା ଯୋଗୁ ବିପଦ ସଙ୍କେତ ଅତିକ୍ରିମ କରିଛି ଜଳସ୍ତର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୨ ମିଟରରେ ପ୍ରବାହିତ ହେଉଛି । ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଯୋଗୁ ଗତ ଦୁଇଦିନ ଧରି ବାଲେଶ୍ବର ସମେତ ଜଳକା ନଦୀର ଉପର ମୁଣ୍ତ ପଡୋଶୀ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।

ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡା,ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଯଦି ଏଭଳି ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ବନ୍ୟା ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି ।

ad-week
Leave A Reply

Your email address will not be published.