ଜେଲରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ କଏଦୀ

add-all

ଜୟପୁର: ଜେଲ ଭିତରେ ବାଜିଲା ସାହାନାଇ। କାରାଗାର ପାଲଟିଲା ବିବାହ ମଣ୍ଡପ। ଆଇନଗତ ଅନୁମତି ଓ ଜେଲ୍ ପ୍ରଶାସନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଦୁଇ କଏଦୀ। ଜେଲ୍ ପରିସରରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଆଇନ ଅନୁଯାୟୀ ସମସ୍ତ ଆବଶ୍ୟକ ଅନୁମତି ପରେ କାରାଗାର ଭିତରେ ଦୁଇ  କଏଦୀଙ୍କ ବିବାହ ସମ୍ପନ୍ନ ହୋଇଛି।

ଜେଲର ସନ୍ତୋଷ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ତତ୍ତ୍ୱାବଧାନରେ ପରିବାର ସଦସ୍ୟ ଓ କିଛି ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହର ସମସ୍ତ ରୀତିନୀତି ପାଳନ କରାଯାଇଥିଲା। ବର ଓ କନ୍ୟା ପରସ୍ପରକୁ ବରମାଳା ପିନ୍ଧାଇବା ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ବିବାହକୁ ନେଇ କାରାଗାରରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.