ଓଡ଼ଗାଁ ଏନଏସିରେ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ବରେ ଥିବା ଯନ୍ତ୍ରୀ କେତେକ କ୍ଷେତ୍ରରେ ପ୍ରଶାସନିକ କ୍ଷମତା ଅତିକ୍ରମ କରି କାର୍ଯ୍ୟ କରୁଥିବା ନେଇ ଆଲୋଚନା ହେଉଛି।ଏପରିକି ସରକାରୀ ଅର୍ଥରେ ସମ୍ପନ୍ନ ହୋଇଥିବା ପ୍ରକଳ୍ପ ଗୁଡ଼ିକର ବ୍ୟକ୍ତିଗତ ସଫଳତାର ରୂପଦେବା ଭଳି ଉପସ୍ଥାପନା କରୁଥିବା ଚର୍ଚ୍ଚା ହେଉଛି ।ଗତ ୧୭ ତାରିଖରେ ଓଡ଼ଗାଁ ଏନଏସିର ନୂତନ ପୂର୍ଣ୍ଣାଙ୍ଗ କାର୍ଯ୍ୟାଳୟ , ଶ୍ରୀରାମ କଲ୍ୟାଣୀ ମଣ୍ଡପ, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ସମ୍ପ୍ରସାରିତ ଭବନ ଓ ଗଣେଶ ବଜାର ନବୀକରଣ ଦୋକାନ ଗୃହ ସମେତ ପ୍ରାୟ ୯ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଥିଲା ।ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ ସମ୍ବିତ ପାତ୍ର, ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ଏନଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଓଡ଼ଗାଁ ବିଡ଼ିଓ ପ୍ରୀତିବାଳା ରଣା ପ୍ରମୁଖ ଉପସ୍ଥିତ ଥିଲେ।ଉଦଘାଟନ ଫଳକରେ ପ୍ରୋଟୋକଲ ଅନୁଯାୟୀ ବିଭିନ୍ନ ଜନ ପ୍ରତିନିଧି ଓ ଅଧିକାରୀଙ୍କ ନାମ ଥିବା ବେଳେ ଯନ୍ତ୍ରୀଙ୍କ ନାମ ଏହି ଫଳକରେ ନଥିବାରୁ ଆସୋନ୍ତୋଷ ସୃଷ୍ଟି ହୋଇଛି। ଏହାକୁ ନେଇ ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଛି।ସୂଚନା ଅନୁଯାୟୀ ଉଦଘାଟନ ପୂର୍ବଦିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ସମ୍ପ୍ରସାରିତ ଭବନରେ ଲାଗିଥିବା ଟାଇଲକୁ ଯନ୍ତ୍ରୀ ନିଜେ ଭାଙ୍ଗି ଦେଇଥିଲେ ।ଫଳରେ ଉଦଘାଟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ଏବଂ କର୍ମଚାରୀ ମାନେ ରତିଆଧିଆ କାମ କରି କାର୍ଯ୍ୟ ଶେଷ କରିଥିଲେ ।ସଂପୃକ୍ତ ଯନ୍ତ୍ରୀଙ୍କ ବଦଳି ଆଦେଶ ଜାରି ହୋଇଥିଲେ ମଧ୍ୟ ତାଙ୍କୁ କାହିଁକି ରିଲିଭ କରାଯାଇନାହିଁ ଏବଂ ଏପରି ଘଟଣାରେ ପ୍ରଶାସନ କାହିଁକି ନୀରବ ରହିଛି ସେନେଇ କର୍ମଚାରୀ ଓ ସାଧାରଣ ମହଲରେ ବିଭିନ୍ନ ପ୍ରଶ୍ନ ଉଠିଛି।ଉଦଘାଟନ କାର୍ଯ୍ୟ ଥିବାରୁ ରିଲିଭ୍ କାର୍ଯ୍ୟ ଦୁଇଦିନ ଗଡାଯାଇଛି ବୋଲି ନିର୍ବାହୀ ଅଧିକାରୀଙ୍କ କହିଥିବା ବେଳେ ଯଥାଶୀଘ୍ର ନିର୍ଦ୍ଧାରିତ କାର୍ଯ୍ୟକ୍ଷେତ୍ରରେ ଯୋଗଦେବେ ବୋଲି ଯନ୍ତ୍ରୀ କହିଛନ୍ତି ।

ad-week
Leave A Reply

Your email address will not be published.