
ଭୁବନେଶ୍ବର: ରିଲ୍ସ ହେଲା କାଳ । ରିଲ୍ସ କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ନାବାଳକ ନିଖୋଜ । ଅନୁଗୋଳ ଜିଲ୍ଲା କଣିହାଁରେ ଘଟିଛି ଅଭାବନୀୟ ଘଟଣା । ସମଲ ଥାନା ବିଲିଣ୍ତା ଗାଁର ନବମ ଶ୍ରେଣୀ ଛାତ୍ର ସୁଧାଂଶୁ ପ୍ରଧାନ ବ୍ରାହ୍ମଣୀ ନଦୀ ଉପରେ ଯାଇଥିବା ରେଳ ଲାଇନ ପାଖକୁ ବୁଲିବାକୁ ଯାଇଥିଲେ । ସେଠାରେ ରିଲ୍ସ କରୁଥିବାବେଳେ ନଦୀରେ ବୁଡି ନିଖୋଜ ହୋଇଥିବା ସନ୍ଦେହ । ଖବର ପାଇ କଣିହାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।
ଅନୁଗୋଳ ଜିଲ୍ଲା କଣିହାଁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପାଇଁ ରିଲ୍ସ କରିବାକୁ ଯାଇ ବ୍ରାହ୍ମଣୀ ନଦୀରେ ଜଣେ ନାବାଳକ ନିଖୋଜ ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚିନ୍ତା ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଛି । ନିଖୋଜ ନାବାଳକ ଜଣକ ସମଲ ଥାନା ଅଧୀନ ବିଲିଣ୍ତା ଗାଁର ବାସିନ୍ଦା ଏବଂ ନବମ ଶ୍ରେଣୀର ଛାତ୍ର ସୁଧାଂଶୁ ପ୍ରଧାନ ବୋଲି ଜଣାପଡ଼ିଛି ।
