ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର

add-all

ଭୁବନେଶ୍ବର: ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଝିଅ ବାହାଘର। ମହାରାଜା ଦିବ୍ୟ ସିଂହଦେବଙ୍କ ତୃତୀୟ କନ୍ୟା ରାଜକୁମାରୀ ଦେବେଶୀ ଦେବୀ ବିବାହ ବନ୍ଧନରେ ଆବଦ୍ଧ ହେବେ। ଭୁବନେଶ୍ଵରସ୍ଥିତ ହୋଟେଲ ମେ’ ଫେୟାରରେ ବିବାହ କାର୍ଯ୍ୟ ପାଇଁ ସମସ୍ତ ଆୟୋଜନ କରାଯାଇଛି।

ରାଜ ପରିବାରର ବିବାହ ବହୁ ଆଡ଼ମ୍ବରରେ ହେଉଥିଲେ ମଧ୍ୟ କୋଭିଡ ଯୋଗୁଁ ନିରାଡ଼ମ୍ବରରେ ରାଜକୁମାରୀ ଦେବେଶୀଙ୍କର ବିବାହ ସମ୍ପନ୍ନ ହେବ।

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ତୃତୀୟ କନ୍ୟା ହେଉଛନ୍ତି ରାଜକୁମାରୀ ଦେବେଶୀ ଦେବୀ। ହରିଆଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନର ରାଜକୁମାର ଆଦିତ୍ୟ କେହେରଙ୍କୁ ବିବାହ କରିବେ ରାଜକୁମାରୀ ଦେବେଶୀ ଦେବୀ। ବିବାହ ପାଇଁ ସମସ୍ତ ଆୟୋଜନ ସରିଛି। ବିବାହ ଭୋଜି ପାଇଁ ଉଭୟ ପୁରୀ ଶ୍ରୀନଅର ଏବଂ ଭୁବନେଶ୍ଵର ହୋଟେଲ ମେ’ ଫେୟାରଠାରେ ବ୍ୟବସ୍ଥା କରାଯାଇଛି।

 ବିବାହ ଲାଗି ବର ପକ୍ଷ ହରିଆଣାରୁ ଆସି ପୁରୀଠାରେ ପହଞ୍ଚିଛନ୍ତି। ପୁରୀରେ ବରପକ୍ଷଙ୍କ ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ବର୍ଦ୍ଧମାନ ରାଜପରିବାରର ସଦସ୍ୟମାନେ ଗତ ୮ ତାରିଖ ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀନଅରରେ ପହଁଛନ୍ତି। ମହାରାଜାଙ୍କ ଘରେ ଏହା ଶେଷ ପାରିବାରିକ ଉତ୍ସବ ହୋଇଥିବାରୁ ଦେଶ ବିଦେଶର ରାଜ ପରିବାର ସଦସ୍ୟ ବିବାହରେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଛନ୍ତି।

କୋଭିଡ କଟକଣା ଯୋଗୁଁ ରାଜ ପରିବାରରେ ବିବାହ ପାଇଁ ଆଡ଼ମ୍ବର କରାଯାଇ ପାରିନାହିଁ। ଅନ୍ୟ ପକ୍ଷରେ ବିବାହ ଭୋଜନ ଲାଗି ଶ୍ରୀମନ୍ଦିର କମିଟି ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ବରିଷ୍ଠ ସେବାୟତମାନଙ୍କୁ ନିମନ୍ତ୍ରଣ କରାଯାଇଛି। ରାଜନଅରରେ ସମସ୍ତଙ୍କ ପାଇଁ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ad-week
Leave A Reply

Your email address will not be published.