ଭିଜିଲାନ୍ସ ଜାଲରେ ପିଇଓ, ୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ

add-all

କଟକ : ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଅଧୀନ କଚରାସାହି ଗ୍ରାମପଞ୍ଚାୟତର ପଞ୍ଚାୟତ ଏକ୍ସିକ୍ୟୁଟିଭ ଅଫିସର (ପିଇଓ) ପ୍ରଫୁଲ୍ଲ କୁମାର ନାଥଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଶେଷ କିସ୍ତି ଓ ବୋନସ୍ ଟଙ୍କା କ୍ରାଇ ଦେବାପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଧରିଛି ।  ଜଣେ ଗରିବ ବିଧବା ହିତାଧିକାରୀ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କାମ ଶେଷ କରିଥିଲେ ।

ଯୋଜନାର ନିୟମ ଅନୁଯାୟୀ ସେ ଶେଷ କିସ୍ତି ସହ ବୋନସ୍ ପାଇବାକୁ ହକ୍‌ଦାର ଥିଲେ।  କିନ୍ତୁ ପିଇଓ ପ୍ରଫୁଲ୍ଲ କୁମାର ନାଥ ପ୍ରଥମେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ।  ହିତାଧିକାରୀ ଏତେ ଟଙ୍କା ଦେବାରେ ଅସମର୍ଥତା ପ୍ରକାଶ କରିବା ପରେ ସେ ଲାଞ୍ଚ ପରିମାଣକୁ ୫ ହଜାର ଟଙ୍କାକୁ କମାଇ ଦେଇଥିଲେ ।  ଲାଞ୍ଚ ନ ଦେଲେ ଶେଷ କିସ୍ତି ଓ ବୋନସ୍ ଟଙ୍କା ମିଳିବ ନାହିଁ ବୋଲି ଧମକ ମଧ୍ୟ ଦେଇଥିଲେ ।

ଏହାପରେ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।  ଯୋଜନାବଦ୍ଧ ଚଢ଼ାଉରେ ଭିଜିଲାନ୍ସ ଟିମ୍ ପ୍ରଫୁଲ୍ଲ କୁମାର ନାଥଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିବାରେ ସକ୍ଷମ ହୋଇଛି  ।  ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ।  ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ପ୍ରଫୁଲ୍ଲ କୁମାର ନାଥଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।  ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା-୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି  ।   ଘଟଣାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

ad-week
Leave A Reply

Your email address will not be published.