ସାର ସଙ୍କଟ ନେଇ ଚିନ୍ତାରେ ଚାଷୀ…

add-all


ନୟାଗଡ଼: ଆବଶ୍ୟକ ବର୍ଷା ପରେ ନୟାଗଡ଼ ଜିଲ୍ଲାରେ କୃଷି କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସ୍ବଭାବିକ ଭାବରେ ସାରର ଚାହିଦା ମଧ୍ୟ ବଢ଼ି ବଢ଼ି ଚାଲିଛି।ମାତ୍ର ବଜାରରେ ସାର ସଙ୍କଟ ସାଙ୍ଗକୁ କୃଷି ବିଭାଗର କିଛି ନିୟମ ଚାଷୀ ମାନଙ୍କୁ ଅଡ଼ୁଆରେ ପକାଇଛି ।ସାଧାରଣତଃ ଚାଷୀ ମାନେ ୟୁରିଆ ସାର ଉପରେ ନିର୍ଭରଶୀଳ ମାତ୍ର ୟୁରିଆ ସାର ନେବାକୁ ହେଲେ ଅନ୍ୟ ସାରକୁ ମଧ୍ୟ ନେବାକୁ ପଡ଼ିବ ବୋଲି ଡିଲର ମାନେ ଜୁଲୁମ୍ କରୁଥିବା ବେଳେ ଆଉ କେତେକ ସ୍ଥାନରେ ସାର କଳାବଜାର କରାଯାଉଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି ।
ସୂଚନା ଅନୁଯାୟୀ ଚଳିତ ବର୍ଷ ଖରିଫ ଚାଷ ପାଇଁ ମୋଟ ୨୪,୬୯୫ ମେଟ୍ରିକ୍ ଟନ୍ ସାରର ଆବଶ୍ୟକତା ରହିଛି।ମାତ୍ର ଜୁନ ମାସ ଶେଷ ସୁଦ୍ଧା ୧୦,୨୯୮ ମେଟ୍ରିକ୍ ଟନ୍ ସାର ମହଜୁତ ରହିଛି ।ଆବଶ୍ୟକ ହୋଇଥିବା ସାର ଯେପରି ଖୁବଶୀଘ୍ର ଆସିପାରିବ ତାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାରେ ୟୁରିଆ ୮୮୦୦ ମେଟ୍ରିକ ଟନ ଆବଶ୍ୟକ ଥିବା ବେଳେ ମାତ୍ର ୪,୯୮୮ ମେଟ୍ରିକ୍ ଟନ୍ ମହଜୁତ ରହିଛି ।ସେହିପରି ପଟାସ ୧୦,୪୦୦ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୩,୦୯୩ ମେଟ୍ରିକ୍ ଟନ୍ ଗଚ୍ଛିତ ଅଛି । ଡିଏପି ୨୫୨୫ ମେଟ୍ରିକ ଟନ ଆବଶ୍ୟକ ବେଳେ ୯୬୧ ମେଟ୍ରିକ ଟନ ଗଚ୍ଛିତ ଅଛି । ଓଏମପି ୫୦୦ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୨୪୬ ଗଚ୍ଛିତ ଅଛି, ଏନପିକେଏସ ୨୪୭୦ ମେଟ୍ରିକ୍ ଟନ୍ ଆବଶ୍ୟକ ବେଳେ କୃଷି ବିଭାଗ ପାଖରେ ୧୦୧୦ମେଟ୍ରିକ୍ ଟନ୍ ଆବଶ୍ୟକ ରହିଛି ।ଜିଲ୍ଲାରେ ୨୮ ଜଣ ହୋଲସେଲର ଏବଂ ୩୬୩ ଜଣ ରିଟେଲରଙ୍କୁ ମିଶାଇ ମୋଟ ୩୯୧ଟି କେନ୍ଦ୍ରରେ କୃଷି ବିଭାଗ ନିକଟରୁ ସାର ନେବାକୁ ପଞ୍ଜୀକରଣ କରିଛନ୍ତି । ସାର ଯୋଗାଣ ପାଇଁ ଅନୁମତି ପାଇନଥିବା ଡିଲର ମାନେ ଅଧିକାଂଶ ସମୟରେ ସାର କଳାବଜାର କରୁଥିବା ଅଭିଯୋଗ ଆସିଛି।


ଚାଷ ପାଇଁ ୟୁରିଆ ଓ ଡିଏପିର ଚାହିଦା ଅଧିକ ଥିବାରୁ ଏହି ଦୁଇଟି ସାରକୁ ଚଢ଼ା ଦରରେ ବିକ୍ରୀ କରାଯାଉଛି ।
ନୟାଗଡ଼ ଜିଲ୍ଲାରେ ମୋଟ ୧,୩୧,୧୩୪ ହେକ୍ଟର ଜମିରେ କୃଷି କାର୍ଯ୍ୟ କରାଯାଉଛି ।ସେଥିମଧ୍ୟରୁ ଖରିଫ ଋତୁରେ ୯୭,୫୩୩ ହେକ୍ଟର ଜମିରେ ଧାନ ଓ ଅବଶିଷ୍ଟ ଜମିରେ ଅଣଧାନ ଚାଷ କରାଯାଉଛି । ଜିଲ୍ଲାରେ ୯୦ ଭାଗରୁ ଅଧିକ ଚାଷୀ ଧାନ ଚାଷ କରୁଥିବା ବେଳେ ସେମାନଙ୍କର ସୁବିଧା ପାଇଁ କୃଷି ବିଭାଗ ଯତ୍ନଶୀଳ ହେବାକୁ ଦାବି ହୋଇଛି। ଏହାକୁ ନେଇ ଜିଲ୍ଲା କୃଷି ଅଧିକାରୀ ଶିବ ଶଙ୍କର ସିଂ କହିଛନ୍ତି ଯେ ସାର କଳାବଜାର ରୋକିବା ପାଇଁ ଜିଲ୍ଲା ସ୍ତରରେ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ।ଏହି ସ୍କ୍ୱାର୍ଡ ଅନଲାଇନରେ ୧୯୧ଟି ଅଫଲାଇନରେ ୧୧ଟି କେନ୍ଦ୍ରର ଯାଞ୍ଚ କରାଯାଇଛି। ସେଥି ମଧ୍ୟରୁ ୨୨ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବେଳେ ଜଣଙ୍କର ଲାଇସେନ୍ସ ବାତିଲ କରାଯାଇଛି। ୟୁରିଆ ସହିତ ଅନ୍ୟ ସାର ନେବାକୁ ବାଧ୍ୟ ନକରିବାକୁ ସମସ୍ତ ଡିଲର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.