
ସୁରଟ: ଲଗାଣ ବର୍ଷା ଯୋଗୁଁ ଗୁଜରାଟର ସୁରଟ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ବର୍ଷା ରେ ବେହାଲ ସୁରଟ । ସହର ମଝିରେ ବର୍ଷା ପାଣି ଜିଆଇଡିସି, କତାର ଗ୍ରାମ, ମନୀଷା ଗର୍ନ୍ନଳା, ଆମ୍ରଲି, କ୍ରୋସ ରୋଡ଼, ଅଡାଜନ ଅଞ୍ଚଳ ସମେତ ଷ୍ଟେସନ ରୋଡ଼ରେ ପାଣି ଲହଡି ମାରୁଛି ।
ଦୁଇ ଦିନର ଲଗାଣ ବର୍ଷାରେ ଅଂଚଳବାସୀଙ୍କ ଅବସ୍ଥା ବେହାଲ ହୋଇଥିବା ବେଳେ ଅନେକ ଦୋକନ ବଜାର ବନ୍ଦ ରହିଛି । ବର୍ଷାରେ ଦୋକାନ ବଜାରରେ ପାଣି ପଶିଯିବାରୁ ଲକ୍ଷlଧିକ ଟଙ୍କାର କ୍ଷତି ହୋଇବା ସହ ପାଣି ଜମି ରହିବାରୁ ଘଣ୍ଟା ଘଣ୍ଟା ଧରି ରସ୍ଥା ଜାମ ରହିବା ସହ ଅଟକି ରହିଛି ଟ୍ରେନ ଓ ଯାନବାହାନ ।
ଏଥିସହ ଅନେକ ସ୍ଥାନରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଯାତ୍ରୀମାନେ ଷ୍ଟେସନ ଓ ରାସ୍ତାରେ ଅଟକି ରହିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ଦୈନନ୍ଦିନ ଜୀବନ ଠପ୍ ହୋଇଯାଇଛି । ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
