କଂଗ୍ରେସକୁ ଝଟକା: ସାଧାରଣ ସଭ୍ୟ ପଦରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର କର

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ବିଭିନ୍ନ ପଦବୀରେ ରହି କଂଗ୍ରେସ ଦଳର ମୁଖ୍ୟ ସଂଗଠକ ଭାବରେ ଦୀର୍ଘ ୪୩ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଥିବା ବସନ୍ତ କୁମାର କର କଂଗ୍ରେସ ଦଳ ସାଧାରଣ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ସେ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।ଶ୍ରୀଯୁକ୍ତ କର ଏକଦା ନୟାଗଡ଼ ଜିଲ୍ଲା କିସାନ କଂଗ୍ରେସର ସଭାପତି, ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକ, ବ୍ଲକ ସଭାପତି ଓ ସାଧାରଣ ସମ୍ପାଦକ ପଦବୀରେ ରହି ଦାୟିତ୍ଵ ତୁଲାଇଥିଲେ ।ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବାର କହିଛନ୍ତି ।

ad-week
Leave A Reply

Your email address will not be published.